ପାକିସ୍ତାନର ଚର୍ଚ୍ଚିତ ରେଳମନ୍ତ୍ରୀ ଶେଖ ରସିଦ ହଟହଟା.. ମୋଦୀଙ୍କୁ ଗାଳି ଦେଉଥିଲେ, ଖାଇଲେ ବିଦ୍ୟୁତ ଆଘାତ

ଇସ୍ଲାମାବାଦ : ପାକିସ୍ତାନର ଜଣେ ଚର୍ଚ୍ଚିତ ମନ୍ତ୍ରୀ ହେଉଛନ୍ତି ରେଳମନ୍ତ୍ରୀ ଶେଖ ରସିଦ । ଗତ କାଲି ପ୍ରକାଶ କରିଥିଲୁ ସେ କିପରି ପାକିସ୍ତାନର ପରମାଣୁ ପରୀକ୍ଷଣ ବେଳେ ଛାନିଆ ହୋଇ ପାକିସ୍ତାନ ଛାଡି ପଳେଇଥିଲେ । ଆଜି ମଧ୍ୟ ତାଙ୍କୁ ନେଇ ଆଉ ଏକ ମଜାଦାର ଘଟଣା ଘଟିଛି ।

ଘଟଣାଟି ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ଶୁକ୍ରବାର ଦିନ ୧୨ଟାରୁ ୧୨ଟା ୩୦ ମିନିଟ ପର୍ଯ୍ୟନ୍ତ ସମସ୍ତେ ଯିଏ ଯେଉଁଠି ଥାଉ, ଛିଡା ହୋଇ କଶ୍ମୀରବାସୀଙ୍କୁ ସମର୍ଥନ କରିବେ । ଏହାକୁ ନେଇ ଶେଖ ମହାଶୟ ବେଶ ଉତ୍ସାହିତ ହୋଇଯାଇଥିଲେ । ଏକ ଜନସଭା ଡାକି ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତକୁ ଗାଳିଦେବାକୁ ଆରମ୍ଭ କଲେ… “ ମୋଦୀ ! ଆମେ ତୁମର ଖରାପ ଉଦ୍ଦେଶ୍ୟକୁ ଜାଣିଛୁ….” ହଠାତ ସେ ଧରିଥିବା ମାଇକ୍ରୋଫୋନ ମାଧ୍ୟମରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା । ବିଚାରା ମନ୍ତ୍ରୀ ମହାଶୟ ଛାନିଆରେ ମାଇକ୍ରୋଫୋନଟିକୁ ଫୋପାଡି ଦେଇଥିଲେ । ତେବେ କିଛି ସମୟ ପରେ ମାଇକ୍ରୋଫୋନ ସଜଡା ହେବା ପରେ ସେ ପୁଣି ମାଇକ୍ରୋଫୋନ ଧରି କହିଲେ ମୋଦୀ ଏହି ଜନସଭାକୁ ବିଫଳ କରିପାରିବେ ନାହିଁ । ତାଙ୍କର ଏହି ହାବଭାବ ଦେଖି ସେଠାରେ ଥିବା ଲୋକମାନେ ହାସ୍ୟରୋଳ ରୋକିପାରିଲେ ନାହିଁ ।

ସମ୍ବନ୍ଧିତ ଖବର