ନୂଆଦିଲ୍ଲୀ: ଅନେକ ଲୋକ ଛେପ ଲଗାଇ ଟଙ୍କା ଗଣିଥାନ୍ତି | ଏବେ ସିନା ଟଙ୍କା ଗଣିବା ପାଇଁ ମେସିନ ବ୍ୟବହୃତ ହେଉଛି କିନ୍ତୁ କିଛି ଲୋକ ଏବେ ବି ଜିଭରେ ହାତ ମାରି ଟଙ୍କା ଗଣିଥାନ୍ତି | ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ମଜାଦାର ଭିଡିଓ ବାବଦରେ କହିବୁ ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓ ଦେଖିଲେ, ଆପଣ ଏମିତି ହସିବେ ଯେ ପେଟ ଦରଜ ହୋଇଯିବ | ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ଟଙ୍କା ଗଣୁଥିବାର ଦେଖିବାକୁ ମିଳିଛି | ତେବେ ଟଙ୍କା ଗଣିବା ପାଇଁ ବ୍ୟକ୍ତି ଜଣକ ନିଜ ମଇଁଷିର ସାହାଯ୍ୟ ନେଇଛନ୍ତି | ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ନିଜ ମଇଁଷି ନିକଟରେ ଠିଆ ହୋଇଛନ୍ତି | ଏହି ସମୟରେ, ତାଙ୍କ ହାତରେ ଏକ ନୋଟ ବିଡା ଦେଖିବାକୁ ମିଳୁଛି |
This can only happen here 😂 pic.twitter.com/EgVuRk6hDP
— Poonam Datta (@Poonam_Datta) March 31, 2023
ତେବେ ବ୍ୟକ୍ତି ଜଣକ ନୋଟ୍ ଗଣିବା ପାଇଁ ମଇଁଷିର ଲାଳକୁ ବ୍ୟବହାର କରୁଛନ୍ତି | କିଛି ନୋଟ ଗଣିବା ପରେ ଵ୍ୟକ୍ତି ଜଣକ ନିଜ ହାତ ମଇଁଷିର ମୁହଁ ଆଗରେ ଦେଖାଉଛନ୍ତି | ଏହା ପରେ ମଇଁଷି ଜିଭ କାଢ଼ିଦେଉଛି ଓ ବ୍ୟକ୍ତି ଜଣକ ମଇଁଷିର ଜିଭରେ ହାତ ମାରି ତାହାର ଲାଳରେ ଟଙ୍କା ଗଣୁଛନ୍ତି | ତେବେ ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇପଡିଥିବାବେଳେ କିଛି ଲୋକ ରାଗିଯାଇଛନ୍ତି | ଅନେକ ଲୋକ ମଜାଳିଆ କମେଣ୍ଟ ଦେଉଥିବାବେଳେ କିଛି ଲୋକ କହୁଛନ୍ତି ଯେ ଟଙ୍କା ହେଉଛି ଲକ୍ଷ୍ମୀ, ତେଣୁ ମଇଁଷିର ଲାଳରେ ଟଙ୍କା ଗଣିବା ଆଦୌ ଉଚିତ୍ ନୁହେଁ |