ଭବିଷ୍ୟତ ଯୁଦ୍ଧ ହେବ ଅଧିକ ଭୟାବହ ଏବଂ ଅନିଶ୍ଚିତ: ସେନାମୁଖ୍ୟ ବିପିନ ରାଓ୍ଵତ

ନୂଆଦିଲ୍ଲୀ: ପ୍ରଯୁକ୍ତିବିଦ୍ୟା ଓ ସାଇବର୍‌ ଡୋମେନ୍‌ ବଡ଼ ଭୂମିକାରେ ଅବତ୍ତୀର୍ଣ୍ଣ ହେଉଥିବାରୁ ଭବିଷ୍ୟତ ଯୁଦ୍ଧ ଅଧିକ ଭୟାବହ ଏବଂ ଅନିଶ୍ଚିତ ହେବ ବୋଲି ଶନିବାର ଦିନ କାର୍ଗିଲ୍‌ ଯୁଦ୍ଧର ୨୦ତମ ବାର୍ଷିକୀ ପାଳନ ଅବସରରେ ଆୟୋଜିତ ସେମିନାରରେ ସେନାମୁଖ୍ୟ ବିପିନ ରାଓ୍ଵତ୍‌ କହିଛନ୍ତି।

ସେନା ବହୁବର୍ଣ୍ଣି ଯୁଦ୍ଧ ନିମନ୍ତେ ପ୍ରସ୍ତୁତି କରିବା ଉଚିତ। ରାଜନୈତିକ ପ୍ରଭାବ ନ ଥିବା ବ୍ୟକ୍ତି ବା ସଙ୍ଗଠନର ଉଥ୍ଥାନ ଏବଂ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ପରିବର୍ତ୍ତନ ଘଟୁଥିବାରୁ ଯୁଦ୍ଧର ପ୍ରକାର ବଦଳିଯିବ। ଯୁଦ୍ଧ କ୍ଷେତ୍ରରେ ଅଧିକ ଚାଲେଞ୍ଜ୍‌ ହେବାକୁ ଥିବାରୁ ସାଇବର ଏବଂ ସ୍ପେସ୍‌ ଡୋମେନ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହାଛଡ଼ା ଯୁଦ୍ଧକ୍ଷେତ୍ର ସବୁ ବିନା ବାଧାରେ ପରସ୍ପର ସହ ସଂଯୁକ୍ତ ହୋଇଥିବେ।

Image Source: Flipboard

ସେ କହିଲେ, ଆବଶ୍ୟକତାକୁ ଚାହିଁ ଭାରତୀୟ ସେନା ପରିବର୍ତ୍ତନ ଦେଇ ଗତି କରୁଛି। ସ୍ପେସ୍‌, ସାଇବର୍‌ ଏବଂ ସ୍ପେସାଲ୍‌ ଫୋର୍ସ ଡିଭିଜନ ଗଠନ ଏହାର ସୂଚନା।

୨୦୧୬ରେ ଉରି ବ୍ରିଜ୍‌ ଆକ୍ରମଣ ପରେ ସୀମାପାରି ବିମାନ ଆକ୍ରମଣ ଏବଂ ଏ ବର୍ଷ ଫେବ୍ରୁଆରିରେ ପୁଲ୍‌ଓ୍ଵାମା ଆତ୍ମଘାତୀ ବିସ୍ଫୋରଣ ପରେ ବାଲାକୋଟ ବିମାନ ଆକ୍ରମଣ ମଧ୍ୟ ଏହି ପରିବର୍ତ୍ତନର ଆଉ ଏକ ସୂଚନା।

ସମ୍ବନ୍ଧିତ ଖବର