ନୂଆଦିଲ୍ଲୀ: ଭବିଷ୍ୟତ ପିଢ଼ି ଆପଣମାନଙ୍କ ଅଭିଜ୍ଞାତାର ସୁଯୋଗ ନେବାରୁ ବଞ୍ଚିତ ହେବେ ବୋଲି ଆଜି ରାଜ୍ୟସଭାରୁ ଅବସର ନେଉଥିବା ୭୨ଜଣ ସାଂସଦଙ୍କୁ ବିଦାୟ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଲେ ଯେ, ସାଂସଦର ସଦସ୍ୟମାନଙ୍କ ଅଭିଜ୍ଞତା ପାଠପଢ଼ାରୁ ହାସଲ କରାଯାଇଥିବା ଜ୍ଞାନ ଠାରୁ ଅଧିକ ମୂଲ୍ୟବାନ୍।
ତାଙ୍କ ଭାଷାରେ, ଆମ ରାଜ୍ୟସଭା ସାଂସଦମାନଙ୍କର ଅନେକ ଅଭିଜ୍ଞତା ରହିଛି। ବେଳେ ବେଳ ଅଭିଜ୍ଞତା ପାଠବଢ଼ା ଜ୍ଞାନ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ। ଆଉ ଥରେ ଆସନ୍ତୁ ବୋଲି ଅବସର ଗ୍ରହଣ କରୁଥିବା ସାଂସଦମାନଙ୍କୁ ଆମେ କହିବୁ।
ସୂଚନାଯୋଗ୍ୟ, ରାଜ୍ୟସଭା ସ୍ଥାୟୀ ଗୃହ ହୋଇଥିବାରୁ ଲୋକସଭା ଭଳି ଭଙ୍ଗାଯାଏ ନାହିଁ। କିନ୍ତୁ, ପ୍ରତି ୨ ବର୍ଷରେ ଥରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଅବସର ଗ୍ରହଣ କରନ୍ତି। ତାଙ୍କର ସ୍ଥାନ ପୂରଣ ପାଇଁ ନିର୍ବାଚନ ଓ ରାଷ୍ଟ୍ରପତୀୟ ମନୋନୟନରେ ସଦସ୍ୟ ଗ୍ରହଣ କରାଯାଏ।
/sambad/media/post_attachments/wp-content/uploads/2022/03/pmm-2-1024x639.jpg)
ସାଂସଦମାନଙ୍କ ଅବଦାନ ପ୍ରସଙ୍ଗ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଲେ, ଏ ସଂସଦରେ ଆମେ ଦୀର୍ଘ ସମୟ ଅତିବାହିତ କରିଛନ୍ତି। ଆମେ ଯେତିକି ଅବଦାନ ଦେଇ ନାହାନ୍ତି, ଆମ ଜୀବନ ପ୍ରତି ଏ ଗୃହର ଅବଦନା ତା’ଠାରୁ ଅଧିକ। ଏ ଗୃହର ସଦସ୍ୟ ଭାବେ ଆପଣମାନେ ହାସଲ କରିଥିବା ଅଭିଜ୍ଞତା ସବୁକୁ ଦେଶର ସବୁ ପ୍ରାନ୍ତରରେ ପ୍ରସାର କରିବା ଆବଶ୍ୟକ।
ସୂଚନାଯୋଗ୍ୟ, ରାଜ୍ୟସଭାରୁ ଅବସର ଗ୍ରହଣ କରୁଥିବା ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ ଅଛନ୍ତି, ଜୟରାମ ରମେଶ, ନିର୍ମଳା ସୀତାରମଣ, ପୀୟୂଷ ଗୋୟଲ୍, ପି. ଚିଦମ୍ବରମ୍, ପ୍ରଫୁଲ ପଟେଲ୍, ସଞ୍ଜୟ ରାଉତ, ସୁବ୍ରମଣିୟାନ୍ ସ୍ବାମୀ, ରୂପା ଗାଙ୍ଗୁଲୀ, ମ୍ୟାକ୍ ମାରି କୋମ୍ ଓ ଏମ୍.ଜେ. ଆକବର୍।