ଜି୨୦ ବୈଠକ, ସନ୍ତ୍ରାସବାଦ ବିଶ୍ବ ପାଇଁ ବଡ଼ ଚାଲେଞ୍ଜ: ମୋଦୀ

ବ୍ୟୁନସ ଆଇରିସ୍‌: ଆର୍ଜେଣ୍ଟିନାର ରାଜଧାନୀ ବ୍ୟୁନସ୍ ଆଇରିସ୍‌ରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ। ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ପ୍ରମୁଖ ଯେଗାଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ପ୍ରେସ ବିବୃତିରେ କହିଛନ୍ତି, ବିଶ୍ବରେ ଏକ ନୂଆ ଶିଳ୍ପ ବିପ୍ଳବକୁ ସହଯୋଗ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ର ସମୂହ ପ୍ରସ୍ତୁତ ଅଛନ୍ତି। ସନ୍ତ୍ରାସବାଦ ଏବଂ ଉଗ୍ରବାଦ ବିଶ୍ବ ପାଇଁ ବଡ଼ ଚାଲେଂଜ। ସେହିଭଳି ଅର୍ଥନୈତିକ ଅପରାଧୀଙ୍କ ବିରୋଧରେ ଆମକୁ ମିଳିତଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି। ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିଛନ୍ତି। ଏଥିସହିତ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିଲ ସଲମନଙ୍କୁ ‌ଭେଟିଛନ୍ତି। ପ୍ରଯୁକ୍ତି, କୃଷି ଏବଂ ଶକ୍ତି କ୍ଷେତ୍ରରେ ଭାରତର ନିବେଶ ଯୋଜନା ବୃଦ୍ଧି ନେଇ ମୋଦୀ ତାଙ୍କୁ ଅବଗତ କରାଇଛନ୍ତି। ଏହି ଅବସରରେ ମୋଦୀଙ୍କର ଦୁଇଟି ାତ୍ରିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର