ଓସାକା (ଜାପାନ): ବିଶ୍ୱ ଅର୍ଥନୀତି ପ୍ରତି ବିପଦ ବଢୁଥିବାବେଳେ ବିଶ୍ୱ ବାଣିଜ୍ୟ ପାଇଁ ଏକ ମୁକ୍ତ ଓ ସ୍ଥିର ପରିବେଶ ନିଶ୍ଚିତ କରିବାକୁ ଓ ବିଶ୍ୱ ବାଣିଜ୍ୟ ସଂଗଠନର ସଂସ୍କାର ଆଣିବାକୁ ଜି-୨୦ ଦେଶମାନେ ରାଜି ହୋଇଛନ୍ତି । ଏହାସହିତ  ଦୁର୍ନୀତି ବିରୋଧରେ ଲଢେଇ ଓ ଗୋଟିଏ ଦେଶରେ ଅପରାଧୀଙ୍କୁ ଅନ୍ୟ ଦେଶରେ ନିରାପଦ ଆଶ୍ରୟ ଯୋଗାଇବା ବନ୍ଦ କରିବାକୁ ଏହି ସମ୍ମିଳନୀରେ ଆହ୍ଵାନ  ଦିଆଯାଇଛି ।

Advertisment

ଅନ୍ୟପକ୍ଷରେ ଇଣ୍ଟରନେଟ ମୁକ୍ତ ରହିବା ଉଚିତ କିନ୍ତୁ ଏହାକୁ ଯେପରି ଆତଙ୍କବାଦର ପ୍ରସାର ପାଇଁ ଅପବ୍ୟବହାର ନହୁଏ ତାହା ନିଶ୍ଚିତ କରାଯିବା ଆବଶ୍ୟକ ବୋଲି ଜି-୨୦ ନେତାମାନେ ଏକ ମିଳିତ ଘୋଷଣାନାମା ଜାରି କରିଛନ୍ତି । ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ପାଇଁ ବିଶ୍ୱ ବାଣିଜ୍ୟ ସଂଗଠନକୁ ସୁଦୃଢ କରିବାକୁ ସହମତି ପ୍ରକାଶ ପାଇଛି । ସେହିପରି ଆଇଏମଏଫର ସଂସ୍କାର ଲାଗି କାମ କରିବାକୁ ମଧ୍ୟ ସହମତି ପ୍ରକାଶ ପାଇଛି । ଆଜିର ଏହି ଘୋଷଣାନାମା ସହ ଜି-୨୦ ବୈଠକ ଉଦଯାପିତ ହୋଇଯାଇଛି ।