ପେଟେଣ୍ଟ୍‌ ମୁକ୍ତ ଟିକା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ଜି-୭ ରାଷ୍ଟ୍ରଙ୍କ ସମର୍ଥନ: ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ବିଶ୍ବର ସାତଟି ଧନୀ ରାଷ୍ଟ୍ରକୁ ନେଇ ଗଠିତ ଜି-୭ର ୩ ଦିନିଆ ଶିଖର ସମ୍ମିଳନୀ ଆଜି ଶେଷ ହୋଇଛି। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ବିଶ୍ବର ସମସ୍ତ ନାଗରିକଙ୍କ ଟିକାକରଣ ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ କରିବା ସହ ଟିକାରୁ ପେଟେଣ୍ଟ୍‌ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏହାକୁ ଜି-୭ର ସଦସ୍ୟ ରାଷ୍ଟ୍ରମାନେ ସମର୍ଥନ କରିଛନ୍ତି। ବୈଠକରେ ବ୍ୟକ୍ତିଗତ ଭାବେ ମୋଦୀଙ୍କୁ ସ୍ବାଗତ କରି ପାରି ନଥିବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ଦୁଃଖ ଜଣାଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଜି-୭ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସଂପୂର୍ଣ୍ଣ ଫଳପ୍ରଦ ହୋଇଥିବା କୁହାଯାଇଛି। ଚଳିତବର୍ଷ ନଭେମ୍ବରରେ ହେବାକୁ ଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା ସିଓପି-୨୬ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ଏହାର ସହଯୋଗ ଜାରି ରଖିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର