ଜି-୭ ଶିଖର ସମ୍ମିଳନୀ: ମୋଦୀଙ୍କୁ ବୋରିସ୍‌ ଜନ୍‌ସନ୍‌ଙ୍କ ଆମନ୍ତ୍ରଣ

ମୋଦୀଙ୍କ ଗସ୍ତ ପୂର୍ବରୁ ଭାରତ ଆସିବେ ବୋରିସ୍‌

ଲଣ୍ଡନ: ଜୁନ୍‌ ୨୦୨୧ରେ ବ୍ରିଟେନ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତିଥି ଭାବେ ଯୋଗ ଦେବାକୁ ଆଜି ବ୍ରିଟେନ୍‌ ଆମନ୍ତ୍ରଣ କରିଛି। ଅନ୍ୟପକ୍ଷରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି ଯେ ଜି-୭ ଶିଖର ସମ୍ମିଳନୀ ପୂର୍ବରୁ ସେ ଭାରତ ଗସ୍ତ କରିବେ। ସେ କହିଛନ୍ତି, ବିଶ୍ବରର ସବୁଠାରୁ ବଡ଼ ଫାର୍ମାସି ଭାବେ ପରିଚିତ ଭାରତ ଏବେ ୫୦ ପ୍ରତିଶତରୁ ଅଧିକ ଟିକା ପ୍ରସ୍ତୁତ କରୁଛି। ମହାମାରୀ କୋଭିଡ୍‌ର ମୁକାବିଲା ପାଇଁ ଭାରତ ଏବଂ ବ୍ରିଟେନ୍‌ ମିଳିତ ଭାବେ କାମ କରିବେ ବୋଲି ବୋରିସ୍‌ କହିଛନ୍ତି। ସୂଚନାଯୋଗ୍ୟ ବ୍ରିଟେନ୍‌ରେ କରୋନା ପ୍ରଜାତିର ନୂଆ ଭୂତାଣୁ ସଂକ୍ରମଣ ବଢ଼ିବାରୁ ବୋରିସ୍‌ଙ୍କ ଭାରତ ଗସ୍ତ ନିକଟରେ ରଦ୍ଦ ହୋଇଛି। ବୋରିସ୍‌ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥାନ୍ତେ। ଏହି ଗସ୍ତ ବାତିଲ୍‌ ହୋଇଥିବାରୁ ବୋରିସ୍‌ ଦୁଃଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର