କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡୀ ଗିରଫ

ନୂଆଦିଲ୍ଲୀ : ଖଣି ମାଲିକ ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜି. ଜନାର୍ଦ୍ଦନ ରେଡ୍ଡୀଙ୍କୁ ଆଜି କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ପ୍ରାୟ ୬୦୦ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ଓ ଠକେଇ ଅଭିଯୋଗରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚୁରା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଭରଷାଯୋଗ୍ୟ ପ୍ରମାଣ ଥିବା କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚର ଅତିରିକ୍ତ କମିଶନର ଆଲୋକ କୁମାର କହିଛନ୍ତି । ରେଡ୍ଡୀଙ୍କ ଛଡା ତାଙ୍କ ଘନିଷ୍ଠ ସହଯୋଗୀ ମେହଫୁଜ ଅଲ୍ଲୀ ଖାଁ କହିଛନ୍ତି । ମନି ଲଣ୍ଡରିଂ, ପ୍ରମାଣ ନଷ୍ଟ ଉଦ୍ୟମ ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଇଡି ଅଧିକାରୀମାନଙ୍କୁ ହାତରେ ରଖିବାକୁ ଆମ୍ବିଡାଣ୍ଟ ମାର୍କେଟିଂଠାରୁ ପ୍ରାୟ ୫୭ କିଲୋଗ୍ରାମ ସୁନା ( ମୂଲ୍ୟ ୧୮ କୋଟି) ନେଇଥିବା ତାଙ୍କ ବିରୋଧରେ ପ୍ରମାଣ ରହିଥିବା ସିସିବି କହିଛି । ଏହି ମାମଲାର ସିସିବି ଗତ ଶୁକ୍ରବାରଦିନ ରେଡ୍ଡୀ ଓ ଖାଁଙ୍କୁ ସମନ ଜାରି କରିଥିଲା ।

ସମ୍ବନ୍ଧିତ ଖବର