ମୂଳ କ୍ୟାଡରକୁ ଫେରିବେ ଜି.ଭି. ବେଣୁଗୋପାଳ ଶର୍ମା

ନୂଆଦିଲ୍ଲୀ : ୧୯୮୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଜି. ଭି. ବେଣୁଗୋପାଳ ଶର୍ମା ନିଜର ମୂଳ କ୍ୟାଡର (ଓଡ଼ିଶା)କୁ ଫେରିଯିବେ। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଶ୍ରୀ ଶର୍ମାଙ୍କ ମୂଳ କ୍ୟାଡରକୁ ଫେରିବା ପ୍ରସ୍ତାବକୁ ଅନୁମୋଦନ କରିଛି। ବେଣୁଗୋପାଳ ଶର୍ମା ବର୍ତ୍ତମାନ ନ୍ୟାସ୍‌ନାଲ ଅଥରିଟି କେମିକାଲ ୱିପନ୍‌ସ କନ୍‌ଭେନ୍ସନ୍‌ର ଅଧ୍ୟକ୍ଷ ପଦରେ ଅବସ୍ଥାପିତ ଅଛନ୍ତି।

ସମ୍ବନ୍ଧିତ ଖବର