କଶ୍ମୀରରେ ହେବାକୁ ଥିବା ଜି-୨୦ ବୈଠକ ଭଣ୍ଡୁର କରିବାକୁ ପାକିସ୍ତାନର ଷଡ଼ଯନ୍ତ୍ର, ସ୍ଲିପର ସେଲକୁ ସକ୍ରିୟ କଲା

ଦିଲ୍ଲୀ : ଭାରତ ଚଳିତ ବର୍ଷ ଜି-୨୦ ସଭାପତିତ୍ବ କରୁଥିବାବଳେ ସାରା ଦେଶରେ ସମ୍ମିଳନୀମାନ ଆୟୋଜନ କରାଯାଉଛି । ସରକାରଙ୍କ ଏହି ଯୋଜନା ଅନୁସାରେ ଜମ୍ମୁ ଓ କଶ୍ମୀରରେ ବି ଜି-୨୦ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । କିନ୍ତୁ ଏହାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛି ପାକିସ୍ତାନ ।

ଜି-୨୦ ସମ୍ମିଳନୀକୁ ଭଣ୍ଡୁର କରିବାକୁ ପାକିସ୍ତାନର ଗୁଇନ୍ଦାସଂସ୍ଥା ଆଇଏସଆଇ ଏକ ‘ଜି-୨୦ ପ୍ଲାନ’ କରିଛି । ଏହା ମାଧ୍ୟମରେ ଘାଟିରେ ବର୍ଷ ବର୍ଷ ଧରି ସୁପ୍ତ ଥିବା ସ୍ଲିପର ସେଲଗୁଡ଼ିକୁ ସକ୍ରିୟ କରାଯାଉଛି । ଏହା ସହିତ ସ୍ଥାନୀୟ ଆତଙ୍କବାଦୀଙ୍କୁ ସକ୍ରିୟ କରାଯିବା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି । ପୁଣି ଆଇଏସଆଇର ଏହି ଯୋଜନା ଅନୁଯାୟୀ ଏବେ ଉପତ୍ୟକାରେ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରାଯାଉଛି । ନିକଟରେ ପୁଞ୍ଚରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯାଇଥିଲା।

ଗୁଇନ୍ଦା ରିପୋର୍ଟ ଅନୁସାରେ ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ସଂଖ୍ୟା ସବୁବେଳେ ୬୦ରୁ ୭୦ ମଧ୍ୟରେ ରହିଥାଏ । ଆଇଏସଆଇ ଏହାକୁ ବହୁତ ଭଲ ଭାବେ ଭାବିଚିନ୍ତି ବ୍ୟବହାର କରିଥାଏ । ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଗୁରେଜ୍ ର ଅପର ପାର୍ଶ୍ୱରେ ଥିବା ସୋନାର ଏବଂ ସର୍ଦ୍ଦାରୀ ଲଞ୍ଚପ୍ୟାଡ୍ ରେ ୧୧ରୁ ୧୨ ଜଣ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ଉପସ୍ଥିତ ଅଛନ୍ତି। ସେହିପରି କାସିମ ପୋଷ୍ଟ ଓ ଶର୍ଦ୍ଦାରି ଲଞ୍ଚ ପ୍ୟାଡରେ ୧୩ରୁ ୧୪ ଜଣ ଆତଙ୍କବାଦୀଙ୍କ ୩ଟି ଗ୍ରୁପ୍ ପ୍ରସ୍ତୁତ ରହିଛି । ଏହାବ୍ୟତୀତ ଅଖତାକମ ଅଞ୍ଚଳରେ ୫ ଜଣ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି। ସେମାନେ ସୁଯୋଗ ମିଳିବାମାତ୍ରେ ଅନୁପ୍ରବେଶ ଉଦ୍ୟମ କରିବେ ।

ସମ୍ବନ୍ଧିତ ଖବର