ବାରାଣସୀ: ଜି୨୦ ଉନ୍ନୟନ ମନ୍ତ୍ରୀମାନଙ୍କର ଏକ ତିନିଦିନିଆ ବୈଠକ ଆଜିଠାରୁ ବାରାଣସୀରେ ଅନୁଷ୍ଠିତ ହେଉଛି। ଏହା ପୂର୍ବରୁ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ପବିତ୍ର ସହରରେ ବିଜେପି ଦଳିତ ବୁଥ୍ ପ୍ରେସିଡେଣ୍ଟ ସୁଜାତା କୁମାରୀଙ୍କ ଘରେ ରବିବାର ପ୍ରାତଃଭୋଜନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ପ୍ରାତଃଭୋଜନ ଅତ୍ୟନ୍ତ ସୁସ୍ବାଦୁ ଥିଲା। ଆଜିଠାରୁ ବାରାଣସୀରେ ଜି୨୦ କାର୍ଯ୍ୟକ୍ରମ ଚାଲିବ।

Advertisment

ଖାଦ୍ୟ ସୁରକ୍ଷା, ଖାଦ୍ୟଶସ୍ୟ, ସାର ଓ ମିଲେଟ୍ (ମୋଟା ଶସ୍ୟ) ଉପରେ ଆଲୋଚନା ହେବ ବୋଲି ଜୟଶଙ୍କର କହିଛନ୍ତି। ବିଦେଶ ମନ୍ତ୍ରୀ ଘରକୁ ଆସିଥିବାରୁ ସୁଜାତା କୁମାରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ସେ ଗତକାଲିଠାରୁ ପ୍ରସ୍ତୁତି ଚଳାଇଥିଲେ। ତାଙ୍କ ପୂରା ପରିବାର ଘର ସଫା କାର୍ଯ୍ୟରେ ଲାଗିଥିଲେ। ଜୟଶଙ୍କରଙ୍କ ପରି ଜଣେ କ୍ଷମତାଶାଳୀ ମନ୍ତ୍ରୀ ତାଙ୍କ ଘରକୁ ଆସି ଆତିଥ୍ୟ ଗ୍ରହଣ କରିଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ ବୋଲି ସୁଜାତା କହିଛନ୍ତି।