ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ମହାମାରୀର ରୂପ ନେବାକୁ ଯାଉଥିବା କରୋନା ଭାଇରସ୍ର ମୁକାବିଲା ପାଇଁ ଜି-୭ ରାଷ୍ଟ୍ର ଗୋଷ୍ଠୀ ହାତ ମିଳାଇଛନ୍ତି। ଜର୍ମନୀ, ବ୍ରିଟେନ୍, ଫ୍ରାନ୍ସର ସ୍ବାସ୍ଥ୍ୟମନ୍ତ୍ରୀମାନେ ଆଜି ଏ ବାବଦରେ ଆଲୋଚନା କରି ବୈଶ୍ବିକ ସ୍ତରରେ ଏହାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ଚୀନ୍ର ଉହାନ୍ ସହରରୁ ଆରମ୍ଭ ହୋଇ ଏବେ ବିଶ୍ବବ୍ୟାପୀ ଆତଙ୍କର କାରଣ ହୋଇଥିବା ଏହି ଭାଇରସ୍ର ମୁକାବିଲା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଔଷଧ ଓ ଇଂଜେକ୍ସନ ବାହାର କରିବା ଉପରେ ଜି-୭ ରାଷ୍ଟ୍ରମାନେ ଗୁରୁତ୍ବାରୋପ କରିଛନ୍ତି। କେବଳ ଚୀନ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ଛୁଇଁବାକୁ ଯାଉଥିବା ବେଳେ ୨୩ଟି ଦେଶରେ ଶତାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ଉପଲବ୍ଧ ହେଉଥିବା ଚିକିତ୍ସା ଦ୍ବାରା କରୋନା ଭାଇରସ୍ରେ କୌଣସି ପରିବର୍ତ୍ତନ ଦେଖାଯାଉନଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ଆଣ୍ଟିଭାଇରାଲ୍ ବାହାର କରିବା ଉପରେ ଜି-୭ ରାଷ୍ଟ୍ରର ସ୍ବାସ୍ଥ୍ୟମନ୍ତ୍ରୀମାନେ ଗୁରୁତ୍ବାରୋପ କରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି ଭାଇରସ୍ ନେଇ ବୈଶ୍ବିକ ସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp