୨୨ଲକ୍ଷ ଟଙ୍କାରେ ବିକ୍ରି ହେଲା ଆପଲ୍‌ ସହ-ପ୍ରତିଷ୍ଠାତାଙ୍କ ସ୍ବାକ୍ଷର ଥିବା ଫିଲ୍ମ ପୋଷ୍ଟର

ନୂଆଦିଲ୍ଲୀ : ଗତ ସପ୍ତାହରେ ଆପଲ୍‌ର ସହ-ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ  ସ୍ବାକ୍ଷର କରିଥିବା ଫିଲ୍ମ ଟଏ ଷ୍ଟୋରିର ପୋଷ୍ଟରକୁ ନିଲାମି ପାଇଁ ରଖାଯାଇଥିଲା । ଏହି ପୋଷ୍ଟରର ଆରମ୍ଭ ମୂଲ୍ୟ ୧୭ଲକ୍ଷ ୯୩ହଜାର ରଖାଯାଇଥିଲା । ଏବେ ପୋଷ୍ଟରଟି ନିଲାମ ହୋଇ ୨୨ଲକ୍ଷ ୪୦ହଜାର ଟଙ୍କାରେ ବିକ୍ରି ହୋଇଛି ବୋଲି ସୂଚନା ଦେଇଛି ନେଟ୍‌ ଦ ସ୍ୟାଣ୍ଡର୍ସ ଅକ୍ସନ ହାଉସ୍‌ ।

Image result for gadgets-news/toy-story-poster-signed-byapple-co-founder-steve-jobs-auctioned
BGR India

ସୂଚନା ମୁତାବକ, ଗତ ସପ୍ତାହରେ ଟଏ ଷ୍ଟୋରି ଫିଲ୍ମର ପୋଷ୍ଟର ନିଲାମି ପାଇଁ ରଖାଯାଇଥିଲା । ଯେଉଁଥିରେ ଫିଲ୍ମରେ ଦୁଇ ମୁଖ୍ୟ କଳାକାର ବଜ୍‌ ଓ ବୁଡ଼ି ନଜର ଆସୁଛନ୍ତି । ସାଧାରଣ ଭଳି ଦେଖାଯାଉଥିବା ୨୪x୩୬ ଇଞ୍ଚର ପୋଷ୍ଟର ସେ ସମୟରେ ଖାସ୍‌ ହୋଇ ଯାଇଥିଲା, ଯେତେବେଳେ ପୋଷ୍ଟରରେ ଷ୍ଟିଭ୍‌ ଜବ୍‌ସ ସ୍ବାକ୍ଷର କରିଥିଲେ । ଫିଲ୍ମର ପ୍ରଯୋଜନା ପିକ୍ସାର ଷ୍ଟୁଡ଼ିଓ କରିଥିବା ବେଳେ ପୂର୍ବରୁ ଏହାର ଅଧ୍ୟକ୍ଷ ଥିଲେ ଷ୍ଟିଭ୍‌ ଜବ୍‌ସ । ପିକ୍ସାର ଷ୍ଟୁଡ଼ିଓ ପ୍ରଯୋଜନାର ଏହା ପ୍ରଥମ ଫିଲ୍ମ ଥିବା ବେଳେ ଦୁନିଆର ପ୍ରଥମ ଆନିମେଟେଡ୍‌ ଫିଚର ଫିଲ୍ମ ଥିଲା ଟଏ ଷ୍ଟୋରି ।

ସମ୍ବନ୍ଧିତ ଖବର