କୋଲକାତା  : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ଦିନ ସିଲିଗୁଡ଼ିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। କାର୍ଯ୍ୟକ୍ରମ ଶେଷ ହେବାପରେ ନୀତିନ ଅସହଜ ଅନୁଭବ କରୁଛନ୍ତି ବୋଲି କହିଥିଲେ। ତୁରନ୍ତ ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କର ରକ୍ତ ସର୍କରା କମିଯିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗଡ଼କରୀ ଏବେ ପଶ୍ଚିମବଙ୍ଗ ଗସ୍ତରେ ଥିବାବେଳେ ସେ ଉତ୍ତର ବଙ୍ଗର ସିଲିଗୁଡ଼ିରେ ୧୨୦୬ କୋଟି ଟଙ୍କାର ଏକ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।