କରୋନା ଅପେକ୍ଷା ସଡ଼କ ଦୁର୍ଘଟଣାରେ ଅଧିକ ମୃତ୍ୟୁ ହୋଇଛି: ଗଡ଼କରୀ

ନୂଆଦିଲ୍ଲୀ : କରୋନା ବିଶ୍ବ ମହାମାରୀରେ ଗତବର୍ଷ ଦେଶରେ ଯେତିକି ଲୋକ ପ୍ରାଣ ହରାଇନାହାନ୍ତି ତା’ଠାରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହାରିଛନ୍ତି। ଗତବର୍ଷ ସଡ଼କ ଦୁର୍ଘଟଣା ଯୋଗୁଁ ଦେଶରେ ଯେତିକି ଜୀବନହାନି ହୋଇଛି ତାହା ସରକାରଙ୍କ ଚିନ୍ତା ବଢ଼ାଇଛି ବୋଲି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଲୋକସଭାରେ ପ୍ରଶ୍ନକାଳ‌ରେ ଗଡ଼କରୀ କହିଛନ୍ତି, ସଡ଼କ ଦୁର୍ଘଟଣା ନେଇ ସରକାର ଖୁବ୍‌ ଚିନ୍ତିତ ଏବଂ ଏହାକୁ କମାଇବା ଦିଗରେ ସମସ୍ତ ପଦ‌କ୍ଷେପ ଗ୍ରହଣ କରିବେ।

ଗତବର୍ଷ ସଡ଼କ ଦୁର୍ଘଟଣାରେ ୧.୫ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟପକ୍ଷରେ କରୋନା ଯୋଗୁଁ ଗତବର୍ଷ ୧.୪୬ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାଂଶଙ୍କ ବୟସ ୧୮ରୁ ୩୫ ମଧ୍ୟରେ। ନିକଟରେ ପ୍ରକାଶ ପାଇଥିବା ବିଶ୍ବ ବ୍ୟାଙ୍କ୍‌ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ବରେ ପ୍ରତିବର୍ଷ ଭାରତରେ ସଡ଼କ ଦୁର୍ଘଟଣା ଯୋଗୁଁ ଦେଢ଼ଲକ୍ଷରୁ ଅଧିକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର