ପତ୍ନୀଙ୍କୁ ନ ଜଣାଇ ଶ୍ଵଶୁରଙ୍କ ଘର ଉପରେ ବୁଲଡୋଜର ଚଳାଇଥିଲେ ଗଡ଼କରୀ

ମୁମ୍ବାଇ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ତାଙ୍କର କାର୍ଯ୍ୟ ପାଇଁ ବେଶ ଜଣାଶୁଣା | ବେଳେବେଳେ ସେ ନିଜେ ମଞ୍ଚରୁ ଅଧିକାରୀମାନଙ୍କୁ ତାଗିଦ କରୁଥିବାର ଦେଖାଯାଏ ଏବଂ ବେଳେବେଳେ ସେ ରାଜନୀତିରୁ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ମଜାଳିଆ କାହାଣୀ ଲୋକଙ୍କୁ ଶୁଣାଇଥାନ୍ତି | ଗଡକରୀ ଗୁରୁବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସେ କିପରି ରାସ୍ତା ନିର୍ମାଣରେ ବାଧା ସୃଷ୍ଟି କରୁଥିବା ତାଙ୍କ ଶ୍ୱଶୁରଙ୍କ ଘର ମଧ୍ୟ ଭାଙ୍ଗି ଦେଇଥିଲେ ।

କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରୀ ରାଓ ଇନ୍ଦରଜିତ ସିଂଙ୍କୁ ପ୍ରଶଂସା କରିବାବେଳେ ନିତିନ ଗଡକରୀ କହିଛନ୍ତି ଯେ ମୁଁ ସେତେବେଳେ ନୂଆ ନୂଆ ବିବାହ କରିଥିଲି | ମୋ ଶ୍ଵଶୁରଙ୍କ ଘର ରାସ୍ତା ମଝିରେ ପଡ଼ିଥିଲା। ମୁଁ ପତ୍ନୀଙ୍କୁ ନ ଜଣାଇ ଶ୍ୱଶୁରଙ୍କ ଘରେ ବୁଲଡୋଜର ଚଳାଇଦେଇଥିଲି ଏବଂ ରାସ୍ତା କାମ ସମାପ୍ତ କରିଥିଲି । ଗଡ଼କରୀ କହିଛନ୍ତି ଯେ, ମୋତେ ମୋର ଅଧିକାରୀମାନେ କହିଥିଲେ ଯେ ରାଓ ଇନ୍ଦରଜିତ ସିଂ ମଧ୍ୟ କିଛି ଏପରି କରିଥିଲେ | ଇନ୍ଦରଜିତଙ୍କ ଭାଉଜଙ୍କ ଘର ଦେଇ ରାସ୍ତା ଯିବାର ଥିଲା | ସେ ମଧ୍ୟ ଏହାକୁ ଭାଙ୍ଗି ସେହି ସ୍ଥାନ ଖାଲି କରିବାକୁ ପଡିବ ବୋଲି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ |

ରାଜନେତାମାନେ ମଧ୍ୟ ତାହା କରିବା ଉଚିତ୍ | ସେ କହିଛନ୍ତି, “ଯଦି ଆପଣ ଏସି ହଲରେ ଏକ କାର୍ଯ୍ୟକ୍ରମ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଟଙ୍କା ଦେବାକୁ ପଡିବ। ଯଦି ଆପଣ ଏହାକୁ ମାଗଣାରେ କରିବାକୁ ଚାହାଁନ୍ତି, ତେବେ ଆପଣ ଖୋଲା ପଡ଼ିଆରେ କରିପାରିବେ | ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ହାଇୱେ ପାଇଁ ମନ୍ତ୍ରାଳୟର ବଜେଟ୍ ମାତ୍ର ୧ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଆମେ ୧୫ ଲକ୍ଷ କୋଟି ଟଙ୍କାର ରାସ୍ତା ନିର୍ମାଣ କରୁଛୁ। ଆମେ ନିବେଶକଙ୍କଠାରୁ ଟଙ୍କା ନେଉଛୁ, ତେଣୁ ସେମାନଙ୍କୁ ମଧ୍ୟ ଟଙ୍କା ଫେରସ୍ତ କରିବାକୁ ପଡିବ |

ସମ୍ବନ୍ଧିତ ଖବର