ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପାଇଁ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଦଳକୁ ଭିନ୍ନ ଢଙ୍ଗରେ ସମାଲୋଚନା କରିଛନ୍ତି। ପରାଜୟ ପାଇଁ ଦଳୀୟ ନେତୃତ୍ବ ମଧ୍ୟ ଏହାର ଉତ୍ତରଦାୟିତ୍ବ ନେବା ଉଚିତ ବୋଲି ଗଡ଼କରୀ କହିଛନ୍ତି। ସଫଳତାର ଅନେକ ଦାବିଦାର ଥାଆନ୍ତି। କିନ୍ତୁ ବିଫଳତା ଅନାଥ ଭଳି ରହିଥାଏ। ସଫଳତା ମିଳିଲେ ଏହାର ଶ୍ରେୟ ନେବାକୁ ଦୌଡ଼ ପ୍ରତିଯୋଗିତା ଆରମ୍ଭ ହୋଇଯାଉଥିବା ବେଳେ ବିଫଳତା କ୍ଷେତ୍ରରେ ଜଣେ ଅନ୍ୟ ଉପରେ ଦୋଷ ଲଦିବାରେ ଲାଗିଯାଆନ୍ତି ବୋଲି ଗଡ଼କରୀଙ୍କ ବୟାନ ହଇଚଇ ସୃଷ୍ଟି କରିଛି। କେନ୍ଦ୍ରୀୟ ନେତୃତ୍ବକୁ ଦୃଷ୍ଟିରେ ରଖି ଗଡ଼କରୀ ଏଭଳି ବୟାନ ଦେଇଥିବା ବେଳେ ଗଣମାଧ୍ୟମରେ ଏ ବାବଦ ଖବର ପ୍ରସାରଣ ପରେ ଏହାକୁ ସେ ଖଣ୍ଡନ କରିଛନ୍ତି। ନିର୍ବାଚନୀ ପରାଜୟ ପାଇଁ ସେ ଏଭଳି କୌଣସି ବୟାନ ଦେଇନାହାନ୍ତି ଏବଂ କେତେକ ଗଣମାଧ୍ୟମ ଏହାକୁ ବିକୃତ କରିବା ସହ ତାଙ୍କ ବୟାନରେ ‘ନେତୃତ୍ବ ପ୍ରସଙ୍ଗ’ ପୂରାଇ ବିଜେପି ଏବଂ ତାଙ୍କୁ ବଦନାମ କରିବା ପାଇଁ ଷଡ଼୍ଯନ୍ତ୍ର ହୋଇଛି ବୋଲି ଗଡ଼କରୀ କହିଛନ୍ତି।
ନେତୃତ୍ବ ପରାଜୟର ଦୋଷ ମୁଣ୍ଡାଇବା ଉଚିତ: ଗଡ଼କରୀ
/sambad/media/post_attachments/wp-content/uploads/2018/12/gadkari.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)