ତିତିଲିର ମାସକ ପରେ ମାଡି ଆସୁଛି ସାମୁଦ୍ରିକ ବାତ୍ୟା ଗାଜା, ତେବେ ଓଡିଶା ପ୍ରତି ବିପଦ ଆଶଙ୍କା ନାହିଁ

ଭୁବନେଶ୍ୱର : ଆଜିକୁ ଠିକ୍‌ ମାସକ ତଳେ ଅର୍ଥାତ ଅକ୍ଟୋବର ମାସ ୧୧ ତାରିଖରେ ତିତିଲି ସାମୁଦ୍ରିକ ବାତ୍ୟା ଓଡ଼ିଶା ଆନ୍ଧ୍ର ଆଡେ ମୁହାଁଇଥିଲା ଓ ନାହିଁ ନଥିବା କ୍ଷୟକ୍ଷତି କରିଥିଲା । ଏବେ ମାସକ ପରେ ପୁଣି ଥରେ ଏକ ସାମୁଦ୍ରିକ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଏହାର ନାଁ ରଖାଯାଇଛି ଗାଜା । ଏହା କ୍ରମଶଃ ଘନୀଭୂତ ହୋଇ ଏକ ସିଭିୟର ସାଇକ୍ଲୋନିକ ଷ୍ଟୋର୍ମ ( ଭୟଙ୍କର ସାମୁଦ୍ରିକ ଝଡ଼) ରେ ପରିଣତ ହୋଇଛି । ତେବେ ଗାଜା ଓଡ଼ିଶା ପାଇଁ କୌଣସି ବିପଦ ସୃଷ୍ଟି କରିବାର ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ୍‌ ପକ୍ଷରୁ ମଧ୍ୟ ସମାନ ପୂର୍ବାନୁମାନ କରାଯାଇଛି । ଏହା ଆସନ୍ତା ୧୪ ତାରିଖ ସୁଦ୍ଧା ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଛୁଇଁବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପ୍ରବଳବର୍ଷା ହେବା ସହ ପବନ ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟରକୁ ଛୁଇଁବାର ସମ୍ଭାବନା ରହିଛି । ସମୁଦ୍ର ମଧ୍ୟ ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ।

ସମ୍ବନ୍ଧିତ ଖବର