ନୂଆଦିଲ୍ଲୀ : ନୀତି ଆୟୋଗ ଦ୍ବାରା ଦେଶର ଆକାଂକ୍ଷୀ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ହୋଇଥିବା ଦେଶର ୧୮ ଜଣ ଜିଲ୍ଲାପାଳମାନଙ୍କ ମଧ୍ୟରେ ଓଡ଼ିଶାର ଗଜପତି ଜିଲ୍ଲାର ଜିଲ୍ଲାପାଳ ଅନୁପମ ସାହା ସାମିଲ ଥିଲେ। ନଭେମ୍ବର ୨୦୧୮ରୁ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଦେଶର ୧୧୨ଟି ଆକାଂକ୍ଷୀ ଜିଲ୍ଲାମାନଙ୍କର ନୀତି ଆୟୋଗ ଦ୍ବାରା ଡେଲ୍ଟା ରୢାଙ୍କିଙ୍ଗ୍ କରାଯାଇଥିଲା। ସେଥିରେ ଓଡ଼ିଶାର ଗଜପତି ଜିଲ୍ଲା ଫାଇନାନସିଆଲ ଇନକ୍ଲୁଜନ୍ ଓ ଦକ୍ଷତା ବିକାଶ ଶ୍ରେଣୀରେ ପ୍ରଥମ ରୢାଙ୍କ୍ ହାସଲ କରିଥିଲା। ଆଜି ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ୧୮ ଜଣ ଜିଲ୍ଲାପାଳଙ୍କୁ ପୁରସ୍କୃତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଦେଶର ଆକାଂକ୍ଷୀ ଜିଲ୍ଲାମାନଙ୍କରେ ନିରନ୍ତର ବିକାଶର ଲକ୍ଷ୍ୟ କିଭଳି ହାସଲ କରାଯାଇପାରିବ ସେନେଇ ଜିଲ୍ଲାମାନଙ୍କ ସହ ଆଲୋଚନା କରାଯାଇଥିଲା।
ଗଜପତି ଜିଲ୍ଲା ଜିଲ୍ଲାପାଳଙ୍କୁ ପୁରସ୍କୃତ କଲେ ନୀତି ଆୟୋଗ
/sambad/media/post_attachments/wp-content/uploads/2019/03/niti-ayog.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)