ନୂଆଦିଲ୍ଲୀ : ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମା ଜରିଆରେ ରାଜ୍ୟ ଓ କେନ୍ଦ୍ରୀୟ ପୁଲିସ ବାହିନୀ, ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ବେସାମରିକ ସୁରକ୍ଷା ଓ ସଂଶୋଧନ ସେବାର କର୍ମଚାରୀମାନଙ୍କୁ ମୋଟ ୯୫ଟି ବୀରତା ପଦକ ପ୍ରଦାନ କରିବାକୁ ଘୋଷଣା କରାଯାଇଛି।

Advertisment

ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଦୁଇଟି ଶୌର୍ଯ୍ୟ ଚକ୍ର ସମେତ ସମସ୍ତ କେନ୍ଦ୍ର ଓ ରାଜ୍ୟ ପୋଲିସ ବାହିନୀ ମଧ୍ୟରେ ସିଆରପିଏଫକୁ ସର୍ବାଧିକ ୨୧ ଟି ପୋଲିସ ବୀରତା ପଦକ ପ୍ରଦାନ କରାଯାଇଛି ।  ୨୦୨୩ ରେ ଝାଡ଼ଖଣ୍ଡରେ ମାଓବାଦୀଙ୍କ ବିରୋଧରେ ସାହସିକ ଅଭିଯାନ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସିଆରପିଏଫ କୋବ୍ରା କମାଣ୍ଡୋ, ଡେପୁଟି କମାଣ୍ଡାଣ୍ଟ ବିକ୍ରାନ୍ତ କୁମାର ଏବଂ ଇନ୍ସପେକ୍ଟର ଜେଫ୍ରି ହିଙ୍ଗଚୁଲୋଙ୍କୁ ଦୁଇଟି ଶୌର୍ଯ୍ୟ ଚକ୍ର ଘୋଷଣା କରିଛି।

୨୦୦୩ ମସିହା ଏପ୍ରିଲ ୨ ତାରିଖରେ ରାଜ୍ୟର ଚତରା ଜିଲ୍ଲାରେ ହୋଇଥିବା ନକ୍ସଲ ବିରୋଧୀ ଅଭିଯାନରେ ୨୦୩ କମାଣ୍ଡୋ ବାଟାଲିୟନ ଫର ରିଜୋଲୁଟ୍ ଆକ୍ସନ (କୋବ୍ରା)ର ଏହି ଯବାନମାନେ ଅସାଧାରଣ ସାହସିକତା ପ୍ରଦର୍ଶନ କରିଥିଲେ, ଯେଉଁଥିରେ ୫ ଜଣ 'ବରିଷ୍ଠ' ମାଓବାଦୀ ନିହତ ହେବା ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଶୌର୍ଯ୍ୟ ଚକ୍ର ହେଉଛି ଶାନ୍ତିକାଳୀନ ତୃତୀୟ ସର୍ବୋଚ୍ଚ ସାମରିକ ସାହସିକତା ପଦକ ।