ଗାଲୱାନ୍‌ ସଂଘର୍ଷ ସ୍ଥାନରୁ ୧ କିଲୋମିଟର ପଛକୁ ଘୁଞ୍ଚିଲା ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗାଲଓ୍ଵାନ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ଆରମ୍ଭ ହୋଇଥିବା ତିକ୍ତତା ପ୍ରଶମିତ ହେଉଥିବା ଦେଖାଯାଉଛି | ଶୀର୍ଷ ସୂତ୍ର ଅନୁଯାୟୀ, ଗାଲଓ୍ଵାନ ଉପତ୍ୟକାରେ ହୋଇଥିବା ହିଂସାତ୍ମକ ସଂଘର୍ଷ ସ୍ଥାନଠାରୁ ଚୀନ୍ ସେନା ଇତିମଧ୍ୟରେ ଏକ କିଲୋମିଟର ପଛକୁ ଘୁଞ୍ଚିବା ସହ ନିଜ ସୈନ୍ୟ ସଂଖ୍ୟାକୁ ମଧ୍ୟ କମ କରିଥିବା ଜଣା ପଡିଛି ।

ଗାଲଓ୍ଵାନ ଉପତ୍ୟକାରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ପ୍ରଥମ ଥର ପାଇଁ ଚୀନ୍ ସେନା ପଛକୁ ହଟିଛି। ଭାରତ ଏବଂ ଚୀନ୍ ମଧ୍ୟରେ ଆଲୋଚନା ପରେ ଗାଲଓ୍ଵାନ ଉପତ୍ୟକା ନିକଟରେ ଚୀନ୍ ସେନା ନିଜ ସୈନ୍ୟ ସଂଖ୍ୟା ସହ ଯାନବାହାନକୁ କମ କରିଥିବା ଜଣା ପଡିଛି |

सांकेतिक तस्वीर (Courtesy- PTI)
aajtak.intoday.in

ସୂଚନା ମୁତାବକ, ଜୁନ୍ ୧୫ ରାତିରେ ଗାଲଓ୍ଵାନ ଉପତ୍ୟକାରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା | ଏଥିରେ ଭାରତୀୟ ସେନା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ୨୦ଜଣ ଯବାନ ସହିଦ ହୋଇଥିଲେ। ଏହା ସହ ଏହି ହିଂସାତ୍ମକ ସଂଘର୍ଷରେ ପ୍ରାୟ ୪୦ ଜଣ ଚୀନ୍ ସୈନିକ ପ୍ରାଣ ହରାଇଥିଲେ! ପୂର୍ବରୁ କୌଣସି ସୈନିକଙ୍କ ମୃତ୍ୟୁ ନେଇ ଚୀନ ସ୍ୱୀକାର କରି ନଥିଲେ ମଧ୍ୟ କାଲି ଚୀନ୍ ତା’ର ସୈନିକଙ୍କ ମୃତ୍ୟୁ ସମ୍ପର୍କରେ ସ୍ୱୀକାର କରିଥିଲା | କିନ୍ତୁ ମୃତ୍ୟୁ ସଂଖ୍ୟା ଖୁବ କମ ବୋଲି କହିଥିଲା ଚୀନ |

ସମ୍ବନ୍ଧିତ ଖବର