ଅଲିମ୍ପିକ୍ସ ମସାଲ ଧରିଲେ ଗଲଓ୍ବାନ ସଂଘର୍ଷରେ ଆହତ ହୋଇଥିବା ଚୀନ ସୈନ୍ୟ

ନୂଆଦିଲ୍ଲୀ :  ଗଲଓ୍ବାନ ସଂଘର୍ଷକୁ ନେଇ ଚୀନ ବାରମ୍ବାର ଭାରତକୁ ଉସୁକେଇବାରେ ଲାଗିଛି । ବର୍ଷ ଆରମ୍ଭରେ ଗଲଓ୍ବାନ ଉପତ୍ୟାକାରେ ଚୀନ ନିଜର ଜାତୀୟ ପତାକା ଉଡ଼ାଇବା ପରେ ଏବେ ଆଉ ଏକ କାଣ୍ଡ କରିଛି । ତାହା ହେଉଛି ଗଲଓ୍ବାନ ସଂଘର୍ଷରେ ଭାଗ ନେଇ ଆହତ ହୋଇଥିବା ଜଣେ ପିଏଲଏ ସୈନ୍ୟଙ୍କୁ ବେଜିଂ ଶୀତକାଳୀନ ଅଲିମ୍ପିକ୍ସର ମସାଲ ଧରିବାର ସମ୍ମାନ ଦିଆଯାଇଛି । ବୁଧବାର ସେ ଅଲିମ୍ପକ୍ସ ମସାଲ ଧରିଥିଲେ । ଚୀନ ଗଣମାଧ୍ୟମର ସୂଚନା ଅନୁସାରେ ପ୍ରାୟ ୧୨ଶହ  ଲୋକ ଶୀତକାଳୀନ ଅଲିମ୍ପିକ୍ସ ଧରିବେ ।

କ୍ବି ଫାବାଓ ହେଉଛନ୍ତି ଚୀନ ସେନା ବା ପିଏଲଏର ସିଜିଆନ ମିଲିଟାରୀ କମାଣ୍ଡର ଜଣେ ରେଜିମେଣ୍ଟ କମାଣ୍ଡର । ସେ ଗଲଓ୍ବାନ ସଂଘର୍ଷରେ ଭାଗ ନେଇ ଆହତ ହୋଇଥିଲେ ।

ମାନବ ଅଧିକାର ହନନ ନେଇ ଆମେରିକା ସମେତ ବିଭିନ୍ନ ପାଶ୍ଚାତ୍ୟ ଦେଶ ବେଜିଂ ଅଲିମ୍ପିକ୍ସକୁ କୂଟନୈତିକ ବହିଷ୍କାର କରିଥିବାବେଳେ ଭାରତ ଚୀନ ସମର୍ଥନରେ ରହିଛି । କିନ୍ତୁ ତାର ପ୍ରତିବଦଳରେ ଚୀନ ଭାରତକୁ ଏପରି ଅପମାନ ଦେଇଚାଲିଛି ।

୨୦୨୦ ଜୁନ ମାସରେ ଗଲଓ୍ବାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟି ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିବାବେଳେ ମାତ୍ର ୪ ଜଣ ସୈନ୍ୟ ମରିଥିଲେ ବୋଲି ଚୀନ ଦାବି କରୁଛି । କିନ୍ତୁ ଚୀନର ପ୍ରାୟ ୪୫ ସୈନ୍ୟ ମରିଥିବା ବିଭିନ୍ନ ଅନ୍ତର୍ଜାତୀୟ ଗୁଇନ୍ଦା ଏଜେନ୍ସି କହୁଛନ୍ତି । ଏହି ସଂଘର୍ଷ ପରେ ଉଭୟ ପକ୍ଷ ଏଲଏସିର ବିଭିନ୍ନ ଅଞ୍ଚଳରେ ଅଧିକ ସଂଖ୍ୟକ ସେନା ମୁତୟନ କରିଥିଲେ ।

ସମ୍ବନ୍ଧିତ ଖବର