ନୂଆଦିଲ୍ଲୀ : ଗଲ୍ୱାନ୍ ସଂଘର୍ଷର ପ୍ରାୟ ୨ ମାସ ପରେ ଚୀନ୍ ପୁଣିଥରେ ଭାରତକୁ ଦାୟୀ କରିଛି। ଭାରତରେ ଅବସ୍ଥାପିତ ଚୀନ୍ର ରାଷ୍ଟ୍ରଦୂତ ସୁନ୍ ୱେଡଙ୍ଗ୍ କହିଛନ୍ତି, ଜୁନ୍ ୧୫ ତାରିଖର ଗଲ୍ୱାନ୍ ସଂଘର୍ଷ ପାଇଁ ଚୀନ୍ ଦାୟୀ ନୁହେଁ। ଏକ ରିପୋର୍ଟ ଅନୁଯାୟୀ ଚୀନ୍ ଦୂତାବାସର ଏକ ପତ୍ରିକାରେ ଏହି ଚୀନ୍ ରାଷ୍ଟ୍ରଦୂତଙ୍କର ଗୋଟିଏ ଲେଖା ପ୍ରକାଶ ପାଇଛି। ଏଥିରେ ସେ କହିଛନ୍ତି ଯେ, ଯଦି ଜଣେ ଭଲଭାବେ ଉକ୍ତ ଘଟଣା ପ୍ରତି ଧ୍ୟାନ ଦେବେ ତାହେଲେ ଏହା ସ୍ପଷ୍ଟ ହୋଇଯିବ ଯେ, ଏହି ଘଟଣା ପାଇଁ ଚୀନ୍ ଆଦୌ ଦାୟୀ ନୁହେଁ। ଉତ୍ତେଜନା ବଢ଼ାଇବା ପାଇଁ ଭାରତୀୟ ସୈନ୍ୟଦଳ ଏଲ୍ଏସି ଅତିକ୍ରମ କରିଥିଲେ ଏବଂ ଚୀନ୍ ସୈନିକଙ୍କ ଉପରେ ଆକ୍ରମଣ କରିଥିଲେ। ଭାରତୀୟ ସୈନ୍ୟବାହିନୀ ସୀମା ସଂକ୍ରାନ୍ତ ଚୁକ୍ତିର ଉଲ୍ଲଂଘନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଦିଗରେ ଭଲଭାବେ ତଦନ୍ତ କରିବାପାଇଁ ସେ ଅନୁରୋଧ କରିଛନ୍ତି। ଏଭଳି କାର୍ଯ୍ୟ ଯେଭଳି ଭବିଷ୍ୟତରେ ପୁନରାବୃତ୍ତି ନହୁଏ ସେଥିପାଇଁ ଧ୍ୟାନ ଦେବାପାଇଁ ଏହି ରାଷ୍ଟ୍ରଦୂତ କହିଛନ୍ତି। ଭାରତୀୟ ସୈନ୍ୟଦଳଙ୍କୁ ଅଧିକ ଶୃଙ୍ଖଳାର ଆବଶ୍ୟକତା ରହିଛି ଏବଂ ଉତ୍ତେଜନା ବଢ଼ାଇବା ଭଳି କାର୍ଯ୍ୟ ବନ୍ଦ ହେବା ଉଚିତ୍ ବୋଲି ସେ କହିଛନ୍ତି।
ଗଲ୍ୱାନ୍ ସଂଘର୍ଷ, ଭାରତକୁ ପୁଣି ଥରେ ଦାୟୀ କଲା ଚୀନ୍
ଉତ୍ତେଜନା ବଢ଼ାଇବା ଭଳି କାର୍ଯ୍ୟ ବନ୍ଦ କର
/sambad/media/post_attachments/wp-content/uploads/2020/08/galwan.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)