ଭୋପାଳ: ମଧ୍ୟପ୍ରଦେଶରେ ବିପୁଳ ବିଜୟ ପରେ ଉତ୍ସାହିତ ହୋଇପଡ଼ିଛି ବିଜେପି । କିନ୍ତୁ ଏହି ବିଜେପିର ଶ୍ରେୟ ଦିଆଯାଉଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ତାଙ୍କର ଏକ ସ୍ବତନ୍ତ୍ର ଯୋଜନା ଲାଡଲି ବେହନା ଯୋଜନା ( ଗେହ୍ଲା ଭଉଣୀ ଯୋଜନା) ।
ନିର୍ବାଚନ ପ୍ରଚାର ବେଳେ ଶିବାରାଜଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବିଶେଷ ଗୁରୁତ୍ବ ଦେଇନଥିବା ଅଭିଯୋଗ ହୋଇଥିଲା । ଭୋପାଳର ବିଜେପି କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଶିବରାଜ ନା ହୋର୍ଡିଂରେ ଥିଲେ ନା ହାଇକମାଣ୍ଡଙ୍କ ଭାଷଣରେ। କିନ୍ତୁ ଶିବରାଜଙ୍କ ବିଶ୍ୱାସ ଥିଲା ଯେ ତାଙ୍କ ଲାଡଲି ବେହନା ଯୋଜନା ଦ​ଳକୁ ସଂଖ୍ୟାଗରିଷ୍ଠତା ଆଣିଦେବ । ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳର ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଯେ ସଂଖ୍ୟାଗରିଷ୍ଠତା ଆଡକୁ ବିଜେପିର ନେତୃତ୍ୱରେ ଲାଡଲି ବେହନା ଯୋଜନାର ବଡ଼ ହାତ ରହିଛି । ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ମହିଳାମାନେ ସ୍ୱୀକାର କରିଛନ୍ତି ଯେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି।
ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୨ କୋଟି ୭୨ ଲକ୍ଷ, ଅର୍ଥାତ୍ ପ୍ରାୟ ୨୯ଟି ଏଭଳି ଆସନ ରହିଛି ଯେଉଁଥିରେ ମହିଳା ଭୋଟରଙ୍କ ମଧ୍ୟରେ ମୋଡ଼ ବଦଳାଇବାର ସାମର୍ଥ୍ୟ ରହିଛି। ଏହାକୁ ଭଲଭାବରେ ବୁଝି ବିଜେପି ଯୋଜନା କରିଥିଲା ଓ ସଫଳ ହୋଇଥିଲା । ଏପରିକି କଂଗ୍ରେସର କେତେକ ନେତା ସ୍ବୀକାର କରିଛନ୍ତି ଯେ ଲାଡଲି ଯୋଜନା ଯୋଗୁଁ ବିଜେପି ସୁବିଧାଜନକ ସ୍ଥିତିକୁ ଚାଲିଆସିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/WhatsApp-Image-2023-12-03-at-13.37.47.jpeg)
