ଗାନ୍ଧିଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ରାଜଘାଟଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବହୁ ତୁଙ୍ଗ ନେତା

ନୂଆଦିଲ୍ଲୀ: ଆଜି ଜାତୀର ପିତା ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀ ଅବସରରେ ତାଙ୍କୁ ବହୁ ତୁଙ୍ଗ ନେତା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ମଙ୍ଗଳବାର ଦିଲ୍ଲୀର ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ଏହି ନେତାଗଣ।

ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଗାନ୍ଧୀ ହେଉଛନ୍ତି ଲକ୍ଷ ଲୋକଙ୍କ ପାଇଁ ଆଶାର ଚମକ। ଯିଏ ସମାନତା ଓ ସଶକ୍ତିକରଣ ପାଇଁ ସଦା ଉଦ୍ୟମ କରିଥିଲେ।’

ଏହି ଅବସରରେ ରାହୁଲ ଗାନ୍ଧୀ ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପରେ ଟୁଇଟର୍‌ରେ ଟୁଇଟ୍‌ କରିଛନ୍ତି ଯେ, ‘ ଗାନ୍ଧିଜୀ ଏକ ସ୍ଥିର ମୂର୍ତ୍ତି ନୁହଁନ୍ତି। ଭାରତରେ ପ୍ରଭାବିତ ହେଉଥିବା ଆଦର୍ଶର ସେ ଏକ ମାଧ୍ୟମ।’

ରାହୁଲଙ୍କ ବ୍ୟତୀତ ପୂର୍ବ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଓ ବିଜେପି ନେତା ଏଲ୍‌କେ ଆଡଭାନୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର