କେରଳରେ ଗାନ୍ଧି, ତାମିଲନାଡ଼ୁରେ ଆମ୍ବେଦକର ପ୍ରତିମୂତ୍ତି ଭଙ୍ଗାରୁଜା

କୁନୁର: କିଛିଦିନ ତଳେ ତ୍ରିପୁରାରେ ହୋଇଥିବା କମ୍ୟୁନିଷ୍ଟ ନେତା ଲେନିନଙ୍କ ମୂର୍ତ୍ତି ଭଙ୍ଗା ଘଟଣା ପରେ ସାରା ଦେଶରେ ପ୍ରତିକ୍ରିୟାମାନ ଦେଖିବାକୁ ମିଳିଛି । ତାମିଲନାଡ଼ୁରେ ପେରିୟାର, ଉତ୍ତରପ୍ରଦେଶରେ ଆମ୍ବେଦକର, କୋଲକତାରେ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ମୂର୍ତ୍ତି ଭଙ୍ଗା ପରେ ଏବେ ଦୁର୍ବୁତ୍ତମାନେ ଜାତିର ଜନକ ମହାତ୍ମାଗାନ୍ଧିଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ଗୁରୁବାରଦିନ କେରଳର କନୁରସ୍ଥିତ ତାଲିପରମ୍ଭା ତାଲୁକ ଅଫିସରେ ଥିବା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି ଉପରକୁ କେତେକ ଯୁବକ ପଥରମାରିବା ସହ ଚଷମା ଭାଙ୍ଗି ଦେଇଛନ୍ତି । ଏହା ସହିତ ଗାନ୍ଧିମୂର୍ତ୍ତି ବେକରେ ପଡିଥିବା ମାଳାକୁ ମଧ୍ୟ ଛିଣ୍ଡାଇଦେଇଛନ୍ତି ।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେ ନିକଟରେ ଥିବା ଏକ ଆରଟିଓ ଅଫିସକୁ ଆସିବାବେଳେ ଦେଖିଲେ ଯେ ଜଣ ଯୁବକ ମୂର୍ତ୍ତି ଉପରେ ଚଢିଛି । ପ୍ରଥମେ ସେ ଭାବିଲେ ଯେ ସେ ମୂର୍ତ୍ତିକୁ ସଫା କରୁଛି । ନିରିଖେଇ ଦେଖିବାରୁ ଜଣାପଡିଲା ଯେ ସେ ମୂର୍ତ୍ତିକୁ ଭାଙ୍ଗିବାକୁ ଉଦ୍ୟମ କରୁଛି । ଏହା ପରେ ସେ ପୁଲିସକୁ ଫୋନ କଲେ । କିନ୍ତୁ ପୁଲିସ ଆସିବାବେଳେକୁ ସେ ପଳାଇଯାଇଥିଲା । ପୁଲିସ ଏହି ଘଟଣାରେ ଏକ ମାମଲା ଦାଏର କରି ତଦନ୍ତ ଚଳାଇଛି । ଶେଷଖବର ମିଳିବା ପର୍ଯ୍ୟନ୍ତ ପୁଲିସ ଜଣକୁ ଗିରଫ କରିଥିବା ଜଣାଯାଇଛି ।

ଅନ୍ୟପକ୍ଷରେ ବୁଧବାର ରାତିରେ ଉତ୍ତର ଚେନ୍ନାଇସ୍ଥିତ ତିରୁଭଟ୍ଟିଉର ଠାରେ ଥିବା ଏକ ଆମ୍ବେଦକର ପ୍ରତିମୂର୍ତ୍ତିରେ କେତେକ ଦୁର୍ବୁତ୍ତ ଲାଲ ରଙ୍ଗଢାଳି ଦେଇଛନ୍ତି । ଏହି ଘଟଣାକୁ ନେଇ ପୁଲିସ ଏକ ମାମଲା ରୁଜ୍ଜୁ କରିଛି ।

ସମ୍ବନ୍ଧିତ ଖବର