ନୂଆଦିଲ୍ଲୀ : ଗାନ୍ଧିନଗରରୁ କଂଗ୍ରେସ ପ୍ରାର୍ଥୀ ସିଜେ ଛାଓ୍ଵଡ଼ାଙ୍କୁ ହରାଇ ୫,୧୧,୧୮୦ଭୋଟରେ ହରାଇ ବିଜୟର ମୁକୁଟ ପିନ୍ଧିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଭୋଟ ଗଣନା ସମୟରେ ଅମିତ ଶାହା ଏବଂ ସିଜେ ଛାଓ୍ଵଡ଼ାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଶେଷରେ ବାଜି ମାରି ନେଇଥିଲେ ଅମିତ ଶାହା । ବିଜୟ ହେବା ପରେ ଏବେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ମିଳିବାରେ ଲାଗିଛି । ଅମିତ ଶାହା ଜିତିବା ପରେ ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଜିତିବା ଖବର ମିଳିବା ପରେ ବିଭିନ୍ନ ସ୍ଥାନରେ ତାଙ୍କ ସମର୍ଥକମାନେ ପାଳନ କରିବା ଆରମ୍ଭ କରି ଦେଇଛନ୍ତି ।

Advertisment

publive-image India Today

ସୂଚନା ମୁତାବକ, ଗାନ୍ଧିନଗରରୁ ୧୯୯୧ରୁ ଲୋକସଭା ନିର୍ବାଚନ ଲଢ଼ି ଜିତି ଆସୁଥିବା ବିଜେପି ନେତାଲାଲକୃଷ୍ଣ ଆଡବାନୀଙ୍କ ୪.୮୩ଲକ୍ଷ ଭୋଟରେ ଜିତିବା ରେକର୍ଡ଼କୁ ଭାଙ୍ଗିଛନ୍ତି ଅମିତ ଶାହା ।