ଆବୁଧାବିରେ ଗଣେଶ ପୂଜା ପାଳନ କଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର: କରୋନା ମହାମାରୀ ସମଗ୍ର ବିଶ୍ବକୁ କବଳିତ କରିଥିବା ସମୟରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ଵାରା ବିଦେଶରେ ମଧ୍ୟ ଗଣେଶ ପୂଜା ଅନୁଷ୍ଠିତ ହୋଇଛି। ଏହି କ୍ରମରେ  ସୁଦୂର ସଂଯୁକ୍ତ ଆରବ ଏମିରେଟ୍ସସ୍ଥିତ ଆବୁଧାବି ଇଲେକ୍ଟ୍ରାରେ ଗଣେଶ ପୂଜା ପାଳନ ହୋଇଛି । ଏଠାରେ କାର୍ଯ୍ୟରତ ଓଡ଼ିଆମାନେ ଏକତ୍ରୀତ ହୋଇ ଗଣପତିଙ୍କ ପୂଜାର ଆୟୋଜନ କରିଥିଲେ। ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା ସଂପନ୍ନ ହୋଇଥିଲା।

image source-prabhat khabar

ପ୍ରବାସୀ ଓଡ଼ିଆ ଅଭିନନ୍ଦନ ଚୌଧୁରୀ, ସୁନୀଲ ମହାନ୍ତି, ଅରୁଣ ମହାନ୍ତି, ବିଜୟକାନ୍ତ ଦୁବେ, ରୋହିତ ସାମଲ, ରାକେଶ ପଟ୍ଟନାୟକ, ଅମରଜିତ୍ ଦାସ ଉପସ୍ଥିତି ରହି ପୂଜା-ଅନୁଷ୍ଠାନକୁ ସୁରୁଖୁରୁରେ ସମ୍ପାଦନ କରିଥିଲେ | ବିଦେଶରେ ରହି ମଧ୍ୟ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାର ଏହି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ | ପୂଜା ସମୟରେ ସାମାଜିକ ଦୂରତା ଅବଲମ୍ବନ କରାଯିବା ସହ ଅନ୍ୟ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲା ବୋଲି ରୋହିତ ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର