ନୂଆଦିଲ୍ଲୀ: କରୋନା ଭଳି ମହାମାରୀ ସମୟରେ ପ୍ରବାସୀ ଓଡ଼ିଆ ଭାଇମାନଙ୍କ ଦ୍ଵାରା ସୁଦୂର ସଂଯୁକ୍ତ ଆରବ ଏମିରେଟ୍ସସ୍ଥିତ ଆବୁଧାବି ଇଲେକ୍ଟ୍ରାରେ ଗଣେଶ ପୂଜା ଉତ୍ସବ ପାଳନ ହୋଇଛି । ସେଠାରେ କାର୍ଯ୍ୟରତ ଓଡ଼ିଶାର ଅଧିବାସୀ ଅଭିନନ୍ଦନ ଚୌଧୁରୀ, ସୁନୀଲ ମହାନ୍ତି, ଅରୁଣ ମହାନ୍ତି, ବିଜୟକାନ୍ତ ଦୁବେ, ଅମରଜିତ୍ ଦାସ ଓ ରାକେଶ ପଟ୍ଟନାୟକଙ୍କ ଉଦ୍ୟମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ବିଦେଶରେ ରହି ମଧ୍ୟ ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ନିଶ୍ଚିତ ଭାବେ ଏକ ପ୍ରସଂଶନୀୟ କାର୍ଯ୍ୟ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଆମେ କରୋନା ମହାମାରୀ ଭିତରେ ବି ଗଣେଶ ଚତୁର୍ଥୀ ପାଳନ କରିଛୁ ବୋଲି ମତ ରଖିଛନ୍ତି ସେଠାକାର ପ୍ରବାସୀ ଓଡ଼ିଆ ରୋହିତ ସାମଲ |
ଆବୁଧାବି ଇଲେକ୍ଟ୍ରାରେ ପ୍ରବାସୀ ଓଡ଼ିଆଙ୍କ ଗଣେଶ ପୂଜା
/sambad/media/post_attachments/wp-content/uploads/2021/09/abudhabi-ganesh-puja.jpg)