ଗଣେଶ୍ବର ବେହେରା ରାଜ୍ୟ କଂଗ୍ରେସ ମିଡିଆ ଅଧ୍ୟକ୍ଷ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ମିଡିଆ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ ରୂପେ ଗଣେଶ୍ବର ବେହେରାଙ୍କୁ ନିଯୁକ୍ତି ଦେଇଛନ୍ତି। ମିଡିଆ ଓ ଯୋଗାଯୋଗ ବିଭାଗର ଆବାହକ ରୂପେ ସତ୍ୟପ୍ରକାଶ ନାୟକଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଏଥିରେ ୨୦ ଜଣ ସଦସ୍ୟ ରହିଛନ୍ତି।

୨୦ ଜଣ ସଦସ୍ୟଙ୍କ ମଧ୍ୟରେ ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ଅଧିରାଜ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସାହୁ, ମନୋରଂଜନ ଦାଶ, ଦେବାଶିଷ ପଟ୍ଟନାୟକ, ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ମହାପାତ୍ର, ଜ୍ଞାନେନ୍ଦ୍ର ବେଉରା, ପ୍ରଶାନ୍ତ ଶତପଥୀ, ସୁଦର୍ଶନ ଦାସ, ବିନାୟକ ଦାଶ ମହାପାତ୍ର, ଡ. ହମିଦ ହୁସେନ, ସସ୍ମିତା ବେହେରା, ଡ. ଗୋବିନ୍ଦ ଚନ୍ଦ୍ର ଭୂୟାଁ, ପଦ୍ମାକର ଗୁରୁ, ଶୁଭଶ୍ରୀ ପଣ୍ଡା, ଅମୀୟ ପାଣ୍ଡବ, ରଜନୀ ମହାନ୍ତି ଓ ନିଶିକାନ୍ତ ମିଶ୍ର ରହିଛନ୍ତି। ମିଡିଆ ଓ ଯୋଗାଯୋଗ ବିଭାଗର ସଂଯୋଜକ ରୂପେ ଦୀପକ କୁମାର ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମିଡିଆ ଓ ଯୋଗାଯୋଗ ବିଭାଗର ଅଧ୍ୟକ୍ଷ, ଆବାହକ, ସଂଯୋଜକ ତଥା ସଦସ୍ୟମାନଙ୍କ ନିଯୁକ୍ତି ପ୍ରସ୍ତାବକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଅନୁମୋଦନ କରିଥିବା ନେଇ କଂଗ୍ରେସ ସାଧାରଣ ସଂପାଦକ କେସି ଭେନୁଗୋପାଳଙ୍କ ଦ୍ବାରା ଜାରି କରାଯାଇଥିବା ପ୍ରେସ ରିଲିଜ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର