କାନ୍ଦୁଛି ଗଙ୍ଗା: ଯେତେ ଖର୍ଚ, ସେତେ ପ୍ରଦୂଷଣ!

ନୂଆଦିଲ୍ଲୀ: ଭାରତୀୟ ଧର୍ମ ଓ ସଂସ୍କୃତିର ପ୍ରାଣାଧାର ରୂପେ ପରିଚିତ ପବିତ୍ର ଗଙ୍ଗା ନଦୀକୁ ପ୍ରଦୂଷଣ ମୁକ୍ତ କରିବା ଲାଗି ତିନି ଦଶନ୍ଧି ଧରି ଉଦ୍ୟମ ଚାଲିଥିଲେ ମଧ୍ୟ ଏହି ଅଭିଯାନ ବିଶେଷ ଫଳପ୍ରଦ ହେଉନାହିଁ। ଅନ୍ୟପକ୍ଷରେ, ଏହା ଅଧିକ ପ୍ରଦୂଷିତ ହେବାରେ ଲାଗିଛି। ଏଥିଲାଗି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯେତିକି ଦାୟୀ ତାଠାରୁ ଅଧିକ ଦାୟୀ ହେଉଛି ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ। ଏହି କାରଣରୁ ହଜାର ଜହାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଗଙ୍ଗା ପ୍ରଦୂଷଣମୁକ୍ତ ହେବାର ନାଁ ଧରୁନି। ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା ଲାଗି ପ୍ରଥମ ଉଦ୍ୟମ ୧୯୮୬ରେ ଆରମ୍ଭ ହୋଇଥିଲା। ଏଥିଲାଗି ଗଙ୍ଗା କାର୍ଯ୍ୟାନୁଷ୍ଠାନ ଯୋଜନା-୧ ପ୍ରସ୍ତୁତ କରାଯାଇଥିଲା। ୨୦୧୪ ସୁଦ୍ଧା ୪ ହଜାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଥିଲା। କିନ୍ତୁ ପ୍ରଦୂଷଣ ଦୂର ହୋଇପାରିଲା ନାହିଁ। ତେବେ ୨୦୧୪ରେ କେନ୍ଦ୍ରରେ ‌ନରେନ୍ଦ୍ର ମୋଦୀ ସରକାର ଆସିବା ପରେ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଛି। ଏଥିଲାଗି ୨୦୧୪ରୁ ୨୦୧୮ ମଧ୍ୟରେ ୫ ହଜାର ୫୨୩ କୋଟି ଟଙ୍କା ମଞ୍ଜୁର ହୋଇ ସାରିଛି। ସେଥିମଧ୍ୟରୁ ୩୮୬୭ ‌େକାଟି ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଗଲାଣି। କିନ୍ତୁ ଏହି ନଦୀ ସଫା ହେବ କଣ ପ୍ରଦୂଷଣ ପରିମାଣ ବଢ଼ି ବଢ଼ି ଚାଲିଛି। ପିଇବା ତ ଦୂରର କଥା ସ୍ନାନ କରିବା ଏବଂ ଏପରିକି ଜଳସେଚନ ପାଇଁ ମଧ୍ୟ ନିରାପଦ ନୁହେଁ।

ଗଙ୍ଗୋତ୍ରିରୁ ବାହାରିଥିବା ଗଙ୍ଗା କେବଳ ଉତ୍ତରାଖଣ୍ଡରେ ନିରାପଦ ଥିବା ବେଳେ ଏହାପରେ ଯେତେ‌ ଆଗକୁ ବଢ଼ିଛି ‌େସତେ ପ୍ରଦୂଷିତ ହୋଇ ଚାଲିଛି। କେବଳ ଗଙ୍ଗୋତ୍ରି, ରୁଦ୍ରପ୍ରୟାଗ, ଦେବପ୍ରୟାଗ ଏବଂ ଋଷିକେଶରେ ଏହାର ପାଣି ପିଇବା ଉପଯୋଗୀ। କିନ୍ତୁ ଏହାପରେ ନଦୀର ପ୍ରଦୂଷଣ ମାତ୍ରା ଏତେ ବଢ଼ି ବଢ଼ି ଯାଇଛି ଯେ କେବଳ ବିପଦ ହିଁ ବିପଦ। ବାରାଣାସୀ, ଆହ୍ଲାବାଦ, କ‌େନ୍ନୗଜ, କାନପୁର, ଅଲ୍ଲୀଗଡ଼, ବୁଲନ୍ଦସହର, ରାଜମହଲ, ଦକ୍ଷି‌େଣଶ୍ବର, ପାଟନା, ଦରଭଙ୍ଗା, ତ୍ରିବେଣୀ ଏବଂ ଡାଏମଣ୍ଡ ହାରବରରେ ପ୍ରଦୂଷଣ ମାତ୍ରା ବିପଦ ସଙ୍କେତ ଟପିଯାଇଛି। ୨୦୧୪ରେ କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଗଙ୍ଗା ସଫେଇକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ନମାମି ଗ‌େଙ୍ଗ ନାମରେ ଏକ ବଡ଼ ଧରଣର ପ୍ରକଳ୍ପ ହାତକୁ ନିଆଯାଇଛି। ଗଙ୍ଗା ପାଣିକୁ କେମିତି ସଫା କରାଯାଇପାରିବ ସେଥିନେଇ ମାର୍ଗଦର୍ଶିକା ଜାରି କରାଯାଇଥିଲା। ଗଙ୍ଗା ସଫେଇ ପାଇଁ ନଦୀ କୂଳରେ ବିଭିନ୍ନ ସ୍ଥାନରେ ୨୨ ହଜାର କୋଟି ଟଙ୍କାର ୨୨୧ଟି ପ୍ରକଳ୍ପ ହାତକୁ ନିଆଯାଇଛି। ଗଙ୍ଗାର ସଂରକ୍ଷଣ, ସୁରକ୍ଷା ଏବଂ ପରିଚାଳନା ଉଦ୍ଦେଶ୍ୟରେ ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନେସନାଲ ଗଙ୍ଗା କାଉନସିଲ ବା ଜାତୀୟ ଗଙ୍ଗା ପରିଷଦ ଗଠିତ ହୋଇଥିଲା। ଗଙ୍ଗା ବୋହିଯାଇଥିବା ୫ଟି ରାଜ୍ୟ (ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ)ର ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ର ମନ୍ତ୍ରୀ ଏଥିରେ ସଭ୍ୟ ଅଛନ୍ତି। ପ୍ରତିବର୍ଷ ଅତିକମରେ ଥରେ ଉକ୍ତ ପରିଷଦର ବୈଠକ ହେବା କଥା। କିନ୍ତୁ ଇତିମଧ୍ୟରେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଥରଟିଏ ବି ପରିଷଦର ବୈଠକ ହୋଇନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ଭାବେ ଏହି ଯୋଜନାର ତଦାରଖ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କହିଥିଲେ ଯେ ୨୦୧୯ ସୁଦ୍ଧା ଗଙ୍ଗା ସଂପୂର୍ଣ୍ଣ ରୂପେ ପ୍ରଦୂଷଣ ମୁକ୍ତ ହୋଇଯିବ। ଏବେ ଏହି ସମୟସୀମା ୨୦୨୦କୁ ବୃଦ୍ଧି କରାଯାଇଛି।

ସମ୍ବନ୍ଧିତ ଖବର