ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ପୁଲିସ କୁଖ୍ୟାତ ସୁନ୍ଦର ଭାଟି ଗ୍ୟାଙ୍ଗରେ ସାମିଲ ଥିବା ଦୁଇଭାଇଙ୍କ ପାଖାପାଖି ୧.୯୦କୋଟିର ସମ୍ପତ୍ତି ବ୍ୟାଜାପ୍ତ କରିଛି। ପୁଲିସ ଗ୍ୟାଙ୍ଗଷ୍ଟର ଆକ୍ଟ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। କୁଖ୍ୟାତ ସୁନ୍ଦର ଭାଟି ଗ୍ୟାଙ୍ଗର ସଦସ୍ୟ ନବୀନ ଭାଟି ଓ ପ୍ରବୀଣ ଭାଟି ଗ୍ୟାଙ୍ଗଷ୍ଟର ସିଂହ ରାଜ ଭାଟିର ଭଣଜା ।
ଗ୍ରେଟର ନୋଏଡାର ଏଡିସିପି ବିଶାଲ ପାଣ୍ଡେଙ୍କ କହିବାନୁସାରେ, ଗୌତମବୁଦ୍ଧନଗର ପୁଲିସ ଧାରା୧୪(୧)ରେ ଗ୍ୟାଙ୍ଗଷ୍ଟର ଆକ୍ଟର ଅନୁପାଳନ କରି ଅଭିଯୁକ୍ତ ନବୀନ କୁମାର ଭାଟି ଓ ପ୍ରବୀଣ କୁମାର ଭାଟି ଦୁଇଜଣଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିଛି।
/sambad/media/post_attachments/eb456d3ad541513139c7ce9cec7935181fc1a6ab589216f261813880faa3e617.jpg)
ପୁଲିସ ଦୁଇ ଭାଇଙ୍କ କୋଠା ସଂଖ୍ୟା ଏ ୬୦୨ ଓ ଏ ୫୦୨ର ଆନୁମାନିକ ମୂଲ୍ୟ ୧କୋଟି ୯୦ଲକ୍ଷ ଟଙ୍କା ବୋଲି କହିଛି। ଦୁଇଭାଇ ଏହି ଘରକୁ ବେଆଇନ ଭାବେ ଟଙ୍କା ଅର୍ଜିତ କରି କିଣିଥିବା କୁହାଯାଉଛି। ତେବେ କୁଖ୍ୟାତ ଅପରାଧିଙ୍କ ଥିବା ଆହୁରି ସମ୍ପତ୍ତିକୁ ବ୍ୟାଜାପ୍ତ କରିବାର ପକ୍ରିୟା ଆଗକୁ ଜାରି ରହିବ ବୋଲି ଏଡିସିପି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Untitled-2-4.jpg)