‘ଗାଙ୍ଗୁବାଇ କାଠିଆୱାଡି’ ବିବାଦ କୋର୍ଟରେ: ପୁଅ କହିଲେ-ମୋ ମା’ଙ୍କୁ ଦେହଜୀବୀ ଭାବେ ଦର୍ଶାଯାଇଛି

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଗାଙ୍ଗୁବାଇ କାଠିଆୱାଡି’ ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଏହା ବିବାଦରେ ରହି ଆସିଛି। ଗାଙ୍ଗୁବାଇଙ୍କ ପରିବାର ସଦସ୍ୟ ଏହି ଫିଲ୍ମ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହା ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଗାଙ୍ଗୁବାଇ ପରିବାରକୁ ଅତ୍ୟନ୍ତ କଦର୍ଯ୍ୟ ଭାବେ ଚିତ୍ରଣ କରାଯାଇଛି ଏବଂ ଗାଙ୍ଗୁବାଇଙ୍କୁ ଜଣେ ସମାଜସେବୀ ବଦଳରେ ଦେହଜୀବୀ ଭାବେ ଦର୍ଶାଯାଇଛି। ଗାଙ୍ଗୁବାଇଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଏହି ଚଳଚ୍ଚିତ୍ରର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି ଏବଂ ମୁମ୍ବାଇର ଏକ କୋର୍ଟରେ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ଏବଂ ଆଲିଆ ଭଟ୍ଟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ବାବୁ ରାଓଜୀ କହିଛନ୍ତି ଯେ ‘ମୋ ମାଙ୍କୁ ଜଣେ ରୂପଜୀବୀ ଭାବେ ଚଳଚ୍ଚିତ୍ରରେ ଉପସ୍ଥାପନ କରିବା ପାଇଁ ନିର୍ଦ୍ଦେଶକ ଜଘନ୍ୟ ପ୍ରୟାସ କରିଛନ୍ତି ଏବଂ ଏହାକୁ ନେଇ ଆମ ପରିବାରର ସମସ୍ୟା ବଢ଼ିଯାଇଛି। ଏପରିକି ତାଙ୍କ ପରିବାର ସଦସ୍ୟଙ୍କୁ ମୁମ୍ବାଇରେ ବାରମ୍ବାର ଘର ବଦଳାଇବାକୁ ପଡ଼ୁଛି ଏବଂ ତୁହାକୁ ତୁହା ସଫେଇ ଦେବାକୁ ହେଉଛି ବୋଲି ବାବୁ ରାଓଜୀ କହିଛନ୍ତି।

ସମ୍ବନ୍ଧିତ ଖବର