ରେଡ କାର୍ପେଟ ବିଛାଇ ଜାଳିଦେଲେ ୨୦୦ କୋଟି ଟଙ୍କାର ଗଞ୍ଜେଇ ଗଛ

ବିଶାଖାପାଟଣା: ରେଡ କାର୍ପେଟ ବିଛାଇ ଜାଳିଦେଲେ ୨୦୦ କୋଟି ଟଙ୍କାର ଗଂଜେଇ ଗଛ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ଗତ ଶନିବାର ଦିନ ଆନ୍ଧ୍ରପ୍ରଦେଶ ପୁଲିସ ଦୁଇ ଲକ୍ଷ କିଲୋଗ୍ରାମ ଗଂଜେଇକୁ ନଷ୍ଟ କରି ଦେଇଛି। ନଷ୍ଟ ହୋଇଥିବା ଗଞ୍ଜେଇର ମୂଲ୍ୟ ୨୦୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ଆନ୍ଧ୍ର ପୁଲିସ ପକ୍ଷରୁ କୁହାଯାଇଛି ଯେ ଗତ କିଛି ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶ ପୁଲିସ ସୀମାନ୍ତବର୍ତ୍ତୀ ଜିଲ୍ଲାମାନଙ୍କରେ ଜବତ ହୋଇଥିବା ନିଶା ସାମଗ୍ରୀ ଏକାଠି କରି ଏହାକୁ ନଷ୍ଟ କରାଯାଇଛି |

ଏଥି ସହିତ ପୁଲିସ ଏହାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଗଞ୍ଜେଇ ଜାଳିବାର ଭିଡିଓ ମଧ୍ୟ ଟ୍ୱିଟ କରିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ୨୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇରେ ନିଆଁ ଲଗାଯାଇଛି। ଏଥି ସହିତ, ଏହି ଘଟଣାକୁ ସ୍ମରଣୀୟ କରିବା ପାଇଁ ଆନ୍ଧ୍ର ପୁଲିସ ଗଞ୍ଜେଇ ଜୁଇରେ ପହଞ୍ଚିବା ପାଇଁ ଏକ ରେଡ କାର୍ପେଟ ବିଛାଇଥିଲା | ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଦୀର୍ଘ ବର୍ଷ ଧରି ନିଶା କାରବାରକୁ ରୋକିବା ପାଇଁ ଆମେ ଏକ ଅଭିଯାନ ଚଳାଇଛୁ।


ମାଓବାଦୀମାନେ ରାଜ୍ୟରେ ଗଞ୍ଜେଇ ଚାଷକୁ ପ୍ରୋତ୍ସାହିତ କରୁଛନ୍ତି। ଏହି ଚାଷ ଓଡିଶାର ୨୩ ଟି ଜିଲ୍ଲା ଏବଂ ଆନ୍ଧ୍ରପ୍ରଦେଶର ୧୧ଟି ଜିଲ୍ଲାରେ କରାଯାଉଛି। ସେ କହିଛନ୍ତି ଯେ ଏହି ଅଭିଯାନର ନାମ ଅପରେସନ୍ ‘ପରିବର୍ତ୍ତନ’ ରଖାଯାଇଛି। ଏହା ଅଧୀନରେ ୪୦୬ଟି ସ୍ୱତନ୍ତ୍ର ପୁଲିସ୍ ଟିମ୍ ୧୧ଟି ବିଭାଗର ୩୧୩ଟି ଗାଁରେ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି ଓ ଏପର୍ଯ୍ୟନ୍ତ ୧୫୦୦ ଲୋକଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର