ଭାରତରେ ଗଞ୍ଜେଇ ବ୍ୟାନ ପଛର ଇତିହାସ ଜାଣନ୍ତି କି ?
ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ଏହା ପରେ ପୁରା ଘଟଣା ବର୍ତ୍ତମାନ ବଲିଉଡର ଡ୍ରଗ୍ କନେକ୍ସନରେ ଅଟକି ଯାଇଛି | ଗତକାଲି ସୁଦ୍ଧା ଏନସିବି ଦ୍ୱାରା କିଛି ବଲିଉଡ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କୁ ନୋଟିସ୍ ପଠାଯିବା ପରେ ଏବେ ଏହି ଡ୍ରଗ୍ସ ଉପରେ ଆଲୋଚନା ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ୱାର୍ଲ୍ଡ ଡ୍ରଗ ରିପୋର୍ଟ ୨୦୧୬ ଅନୁଯାୟୀ, ବିଶ୍ୱରେ ୫୪% ଗଞ୍ଜେଇ ସେବନ କରାଯାଇଥାଏ | ଆମ୍ଫେଟାମାଇନ୍ (ଡ୍ରଗ୍ ବଟିକା) ୧୭%, କୋକେନ୍ ୧୨%, ହେରୋଇନ୍ ୧୨% ବ୍ୟବହୃତ ହୁଏ | ଦୁନିଆର ଅନେକ ସ୍ଥାନରେ ଗଞ୍ଜେଇରୁ ଆୟ ସର୍ବାଧିକ ହେଉଥିବାବେଳେ ଭାରତରେ ଏହା ଉପରେ ନିଷେଧାଦେଶ ହେତୁ ଚୋରାରେ ବିକ୍ରି କରାଯାଉଛି। ଭାରତରେ ୧୯୮୫ ମସିହାରେ ଆମେରିକାର ଚାପ ଯୋଗୁଁ ରାଜୀବ ଗାନ୍ଧୀ ସରକାର ଭାରତରେ ଗଞ୍ଜେଇ ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ଗଞ୍ଜେଇ ଗଛର ପତ୍ର,ଫଳ ଓ ଫୁଲର ବ୍ୟବହାରକୁ ଅପରାଧ ଶ୍ରେଣୀରେ ରଖାଯାଇଥିଲା | ଅନ୍ୟପଟେ କିନ୍ତୁ ୧୯୬୧ ମସିହାରେ ନାର୍କୋଟିକ୍ସ ଡ୍ରଗ୍ସ ସମ୍ମିଳନୀରେ ଭାରତ ଏହି ଉଦ୍ଭିଦକୁ ଡ୍ରଗ୍ସ ବର୍ଗରେ ସ୍ଥାନିତ କରିବାକୁ ବିରୋଧ କରିଥିଲା | ତା’ପରେ କିନ୍ତୁ ଆମେରିକାର ଚାପରେ ଭାରତ ଏହି ପଦକ୍ଷେପ ନେଇଥିଲା।ଆସାମ ପରି ଦେଶର କେତେକ ରାଜ୍ୟରେ ଗଞ୍ଜେଇର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଥିବା ବେଳେ ମହାରାଷ୍ଟ୍ରରେ ବିନା ଲାଇସେନ୍ସରେ ଗଞ୍ଜେଇରୁ ଉତ୍ପାଦିତ କୌଣସି ନିଶା ଦ୍ରବ୍ୟ ବ୍ୟବହାର କିମ୍ବା ଖାଇବା ବେଆଇନ ଅଟେ।