ଟୁଇଟର୍‌ରେ ଛାଇଲା ପ୍ରଧାନମନ୍ତ୍ରୀଙ୍କ ଲିଖିତ ଗୀତରେ ଦିବ୍ୟାଙ୍ଗ ବାଳିକାଙ୍କ ଗରଭା ନୃତ୍ୟ; ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ଜଣେ ଦିବ୍ୟାଙ୍ଗ ବାଳିକାକୁ ଗରଭା ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖି ଖୁବ୍‌ ଆଚମ୍ବିତ ହୋଇ ପଡ଼ିଛନ୍ତି। ତା’ଠୁ ବି ଆଶ୍ଚର୍ଯ୍ୟର କଥା ହେଉଛି ବାଳିକା ଜଣକ ସେହି ଗୀତରେ ନୃତ୍ୟ ପ୍ରଦର୍ଶନ କରିଛନ୍ତି ଯାହାକୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଲେଖିଥିଲେ। ଅହମ୍ମଦାବାଦ୍‌ର ଆଦ୍ୟ କନ୍ୟା ପ୍ରକାଶ ଗୃହର ଏହି ଭିଡିଓଟି ଏଏନ୍‌ଆଇ ଦ୍ୱାରା ଟୁଇଟ୍‌ ହେବା ପରେ ଏହାକୁ ପ୍ରଧାନମନ୍ତ୍ରୀ ମୋଦି ରି-ଟୁଇଟ୍‌ କରିଛନ୍ତି।

ଏହି ଭିଡିଓରେ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି, ‘ଏହାକୁ ଦେଖିବା ପରେ ଖୁବ୍‌ ପ୍ରୀତ ହେଲି। ଗରଭା ନୃତ୍ୟ ଏହି ଝିଅର ନାଚ ଦ୍ୱାରା ହିଁ ଜୀବନ ପାଇଲା। ଆଶା କରୁଛି ସମସ୍ତଙ୍କ ପାଇଁ ଏହି ନବରାତ୍ରୀ ଆଶୀର୍ବାଦ ଭରା ହେଉ।’

ଗୀତ ‘ଘୁମେ ଏଇନୋ ଗରଭା ’ ଗୀତଟି ପ୍ରଧାନମନ୍ତ୍ରୀ ମୋଦି ଲେଖିଥିଲେ। ୨୦୧୨ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦି ଏହି ଗୀତ ରଚନା କରିଥିଲେ। ଏହି ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିବା ଦିବ୍ୟାଙ୍ଗ୍‌ ଝିଅଟକୁ ସମର୍ଥନ କରି ବହୁ ଟୁଇଟର୍‌ ବ୍ୟବହାରକାରୀ ମଧ୍ୟ ସେମାନଙ୍କ ସ୍ନେହ ଦେଖାଇଛନ୍ତି।

କେହି କେହି ବ୍ୟବହାରକାରୀ ଗରଭା ସଂସ୍କୃତି ବିଷୟରେ ବୁଝାଇଥିବା ବେଳେ ଆଉ କେହି ଉକ୍ତ ଝିଅଟିର କଳାକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର