ରାସ୍ତାରୁ ପ୍ଲାଷ୍ଟିକ ଆଣି ଦେଲେ ସରକାର ଦେବେ ମାଗଣା ଖାଦ୍ୟ

ଅମ୍ବିକାପୁର: ରାସ୍ତାରେ ପଡିଥିବା ପ୍ଲାଷ୍ଟିକ ଗୋଟାଇ ଆଣିଲେ ପେଟପୁରା ମାଗଣା ଖାଦ୍ୟ ମିଳିବ | କିଛି ଏଭଳି ନିଆରା ଚିନ୍ତାକୁ ନେଇ ଛତିଶଗଡ଼ର ଅମ୍ବିକାପୁରରେ ଆଜି ଏକ କାଫେର ଉଦଘାଟନ କରାଯାଇଛି | ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି ଏସ ସିଂହଦେଓ ଦେଶର ପ୍ରଥମ ଗାରବେଜ କାଫେର ଶୁଭାରମ୍ଭ କରିଛନ୍ତି | ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଏଭଳି ଏକ ନୂଆ ନିଷ୍ପତ୍ତି ନିଆଯାଇଛି |

ଛତିଶଗଡ଼ର ଅମ୍ବିକାପୁର ନଗର ନିଗମ ପକ୍ଷରୁ ଏହି କାଫେକୁ ପରିଚାଳନା କରାଯାଉଥିବାବେଳେ ପ୍ଲାଷ୍ଟିକ ଆବର୍ଜନା ବଦଳରେ ପେଟପୁରା ଖାଦ୍ୟ ଖାଇବାକୁ ଦିଆଯାଉଛି | ବଡ କଥା ହେଉଛି ଯେ ଏହି କାଫେ ୨୪ ଘଣ୍ଟା ଖୋଲା ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଯେ କୌଣସି ବ୍ୟକ୍ତି ଯେତେବେଳେ ଚାହିଁବେ ଯାଇ ଖାଇପାରିବେ | ଯଦି ଆପଣ ଏକ କିଲୋ ପ୍ଲାଷ୍ଟିକ ନେଇ କାଫେକୁ ଯାଆନ୍ତି ତେବେ ଆପଣଙ୍କୁ ପେଟପୁରା ଖାଦ୍ୟ ଖାଇବାକୁ ମିଳିବ |

ସେହିପରି ଯଦି ଆପଣ ୫୦୦ କିଲୋଗ୍ରାମ ପ୍ଲାଷ୍ଟିକ ନେଇ ଯାଆନ୍ତି ଜଳଖିଆ ମାଗଣାରେ ଖାଇବାକୁ ଦିଆଯିବ | ଏହି କାଫେରୁ ସଂଗ୍ରହ ହୋଇଥିବା ପ୍ଲାଷ୍ଟିକକୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯିବ | ରାଜ୍ୟ ସରକାରଙ୍କ ବଜେଟରେ ଏହି କାଫେ ପାଇଁ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା ମଧ୍ୟ କରାଯାଇଛି |

ସମ୍ବନ୍ଧିତ ଖବର