ଗରୁଡ଼ କମାଣ୍ଡୋ ଜ୍ୟୋତି ପ୍ରକାଶ : ପ୍ରଥମ ବାୟୁସେନା ଯବାନ ଯିଏକି ପଦାତିକ ଯୁଦ୍ଧରେ ଅଶୋକ ଚକ୍ର ପାଇବେ

ନୂଆଦିଲ୍ଲୀ: ଆସନ୍ତା କାଲି ସାରା ଦେଶ ମନାଉଛି ୬୯ ତମ ଗଣତନ୍ତ୍ର ଦିବସ । ଏବର୍ଷ ଜଣେ ବିଶେଷ ବ୍ୟକ୍ତି ମରଣୋତ୍ତରଭାବେ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ଅଶୋକ ଚକ୍ର ପାଇବାକୁ ଯାଉଛନ୍ତି  । ସେ ହେଉଛନ୍ତି ଭାରତୀୟ ବାୟୁସେନାର ଗରୁଡ଼ କମାଣ୍ଡୋ ଜ୍ୟୋତି ପ୍ରକାଶ ନିରାଲା । ସେ ହେଉଛନ୍ତି ବାୟୁସେନାର ପ୍ରଥମ ବ୍ୟକ୍ତି ଯିଏକି ଏକ ଗ୍ରାଉଣ୍ଡ (ପଦାତିକ) ଅପରେସନରେ ସହିଦ ହୋଇଛନ୍ତି ।  ଗତ ନଭେମ୍ବର ମାସରେ ଜାମ୍ମୁ ଓ କାଶ୍ମୀରର ହାଜିନ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଲଢିବା ବେଳେ ସେ ଅସାଧାରଣ ବୀରତ୍ୱର ପ୍ରଦର୍ଶନ କରିଥିଲେ । ପ୍ରାୟ ୬ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ସହ ସାମିଲ ହୋଇଥିଲେ ବାୟୁସେନାର  ଦୂର୍ଦ୍ଦଷ କମାଣ୍ଡୋ ବାହିନୀ ଗରୁଡ । କମାଣ୍ଡୋ ନିରାଲା ଏହି ଅପରେସନରେ ଆଗରେ ରହି ନିଜର ଶତ୍ରୁ ପକ୍ଷ ଉପରେ ପ୍ରଚଣ୍ଡ ଆକ୍ରମଣ କରିବା ସହ ତିନି ଜଣ ଆତଙ୍କବାଦୀଙ୍କୁ ଗୁଳି କରି  ହତ୍ୟା କରିଥିଲେ । ଏହା କରିବା ବେଳେ ସେ ଶତ୍ରୁପକ୍ଷର ଗୁଳିବର୍ଷାକୁ ଖାତିର କରିନଥିଲେ ଓ ଗୁୁରୁତରଭାବେ ଆହତ ହେବା ସତ୍ତ୍ୱେ ପଛଘଞ୍ଚା ଦେଇନଥିଲେ ଓ ଦେଶ ପାଇଁ ସହିଦ ହୋଇଥିଲେ ।

କମାଣ୍ଡୋ ନିରାଲାଙ୍କ ଘର ବିହାରରେ ଓ ତାଙ୍କର ପରିବାରରେ ନିଜ ବିଧବା ସ୍ତ୍ରୀ ସୁଷମା, ଛୋଟ ଝିଅ, ତିନି ଅବିବାହିତା ଭଉଣୀ ଓ ବୃଦ୍ଧ ପିତାମାତା ଅଛନ୍ତି ।

ଦୁଇବର୍ଷ ତଳେ ପଠାନକୋଟ୍‌ ବାୟୁସେନା ଘାଟି ଉପରେ ଆକ୍ରମଣ ପରେ ବାୟୁସେନା କମାଣ୍ଡୋ ମାନଙ୍କୁ ପଦାତିକ ଅପରେସନରେ ଭାଗ ନେଇ ନିଜ ଅଭିଜ୍ଞତା ବଢାଇବାକୁ ସୁଯୋଗ ଦିଆଯାଉଛି ।

ସମ୍ବନ୍ଧିତ ଖବର