ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭଦୋଇ ଜିଲ୍ଲାରେ ଆଜି ଏକ ସ୍କୁଲ୍ ବସ୍ରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ୧୬ ଛାତ୍ର ଆହତ ହୋଇଛନ୍ତି। ଆହତ ଛାତ୍ରମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗ୍ୟାନପୁର ଥାନା ଅଧୀନସ୍ଥ ନଥାଇପୁର ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍କୁଲ୍ ଅଭିମୁଖେ ବସ୍ଟି ବିଭିନ୍ନ ଗ୍ରାମର ଛାତ୍ରମାନଙ୍କୁ ଧରି ଯାତ୍ରା କରୁଥିବା ବେଳେ ହଠାତ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ବସ୍ରେ ସମୁଦାୟ ୧୬ ଜଣ ଛାତ୍ର ଥିଲେ। ସମସ୍ତେ ଏବେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ପରେ ବସ୍ ଡ୍ରାଇଭର ଖସି ପଳାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ଡ୍ରାଇଭର ଜଣଙ୍କ ରନ୍ଧନ ଗ୍ୟାସ୍କୁ ଗାଡ଼ି ପାଇଁ ଇନ୍ଧନ ଭାବେ ବ୍ୟବହାର କରିଥିବାରୁ ଏଭଳି ଘଟଣା ଘଟିଛି।
ଗ୍ୟାସ୍ ସିଲିଣ୍ଡର୍ ବିସ୍ଫୋରଣ, ୧୬ ଛାତ୍ର ଆହତ
/sambad/media/post_attachments/wp-content/uploads/2018/12/blast.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)