କରୋନା ସଂକ୍ରମଣ ଭୟ: ଆପଣ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର ସୁରକ୍ଷିତ ତ ?

ଗାଜିଆବାଦ: ସମଗ୍ର ଦେଶ କରୋନା ବିରୋଧରେ ଯୁଦ୍ଧ କରୁଛି। ଏହି ଯୁଦ୍ଧରେ ସମସ୍ତେ ଘରେ ନିଜକୁ ରକ୍ଷା କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲକଡାଉନ ଡାକରା ପରେ ସାରା ଦେଶରେ ତାଲା ପଡିଛି। ଏପରି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ନିଜର ଯତ୍ନ ନେବା ସହ ସାମାଜିକ ଦୂରତା ମଧ୍ୟ ରକ୍ଷା କରୁଛନ୍ତି | ତେବେ ଆପଣ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର କେତେ ସୁରକ୍ଷିତ, ଗ୍ୟାସ ସିଲିଣ୍ଡର ମାଧ୍ୟମରେ ଭୂତାଣୁ ସଂକ୍ରମଣ ହେବନି ତ ! କିଛି ଏଭଳି ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କି ? ଯଦି ହଁ ତେବେ ଏହାକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ |

photo-ANI

କାରଣ ଗାଜିଆବାଦରେ ଏଲପିଜି ଗ୍ୟାସ୍ ସିଲିଣ୍ଡରଗୁଡିକ ସାନିଟାଇଜ୍ କରାଯାଉଛି | ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଏହାକୁ ବିନା ଭୟରେ ବ୍ୟବହାର କରିପାରିବେ। ଏଲପିଜି ଉତ୍ତର ଭାରତର ମ୍ୟାନେଜର ପୱନ କୁମାର କହିଛନ୍ତି ଯେ ଏଲପିଜି ବଟଲିଂ ପ୍ଲାଣ୍ଟରେ ପ୍ରତ୍ୟେକ ସିଲିଣ୍ଡରକୁ ଭଲଭାବରେ ସଫା କରାଯାଉଛି।

ପ୍ରତି ସିଲିଣ୍ଡରଙ୍କୁ ଭଲ ଭାବେ ସାନିଟାଇଜ କରିବା ପରେ ହିଁ ପଠାଯାଉଛି | ସେହିପରି ପୱନ କୁମାର ଏହା ମଧ୍ୟ କହିଛନ୍ତି ଯେ ଏଲପିଜି ସିଲିଣ୍ଡରର ଅଭାବ ରହିବ ନାହିଁ। ଯଦି ଏପରି ଅଭାବ ବିଷୟରେ ଆଲୋଚନା ହେଉଛି, ତେବେ ଏହି ଜିନିଷ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ନାହିଁ | ଗ୍ୟାସ୍ ଯଥେଷ୍ଟ ପରିମାଣରେ ମହଜୁଦ ଅଛି |

ସମ୍ବନ୍ଧିତ ଖବର