ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଗ୍ୟାସ୍ ଲିକକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସହରର ବିଶ୍ୱକର୍ମା ଅଞ୍ଚଳରେ ଥିବା ଏକ ଅକ୍ସିଜେନ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇଥିଲା। ପରେ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । 

Advertisment

୧୮ ନମ୍ବର ରୋଡରେ ଥିବା ଅଜମେରା ଗ୍ୟାସ୍ ପ୍ଲାଣ୍ଟରେ ଭଲଭ ଫାଟିଯିବାରୁ ସିଓ୨ ଗ୍ୟାସ୍ ଲିକ୍ ହୋଇଥିଲା। ଫଳରେ ଆଖପାଖରେ ଥିବା ଯାନବାହନ ଓ ଗଛ ଉପରେ ବରଫର ସ୍ତର ଜମା ହୋଇଥିଲା। ଅଗ୍ନିଶମ ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଧ ଘଣ୍ଟା ମଧ୍ୟରେ ଲିକେଜକୁ ନିୟନ୍ତ୍ରଣ କରିଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇନଥିଲେ।

ବିଶ୍ୱକର୍ମା ଅଞ୍ଚଳର ୧୮ ନମ୍ବର ରୋଡ୍ ରେ ଥିବା ଅଜମେରା ଗ୍ୟାସ୍ ପ୍ଲାଣ୍ଟରେ ମଙ୍ଗଳବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ଏହି କାରଖାନାରେ ସିଓ୨ ଗ୍ୟାସ୍ (ଅଙ୍ଗାରକାମ୍ଳ ବାଷ୍ପ) ସଂରକ୍ଷଣ କରୁଥିବା ଦୁଇଟି ବଡ଼ ଟ୍ୟାଙ୍କର ରହିଛି। ଗୋଟିଏ ଟ୍ୟାଙ୍କରରେ ଗ୍ୟାସ୍ ଭର୍ତ୍ତି କରିବା ପରେ ଭଲଭ୍ ଠିକ୍ ଭାବେ ଲଗାଯାଇ ନ ଥିଲା। ଫଳରେ ଗ୍ୟାସର ଚାପ ଯୋଗୁଁ ଭଲଭ୍ ଭାଙ୍ଗିଯିବା ସହ ଗ୍ୟାସ୍ ଲିକ୍ ହେବାକୁ ଲାଗିଥିଲା। ଚାରିଆଡ଼େ ଧଳା ଧୂଆଁ ବ୍ୟାପିଗଲା। ଫଳରେ ଆଖପାଖ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ପାଣି କାନନ ସାହାଯ୍ୟରେ ଗ୍ୟାସ୍ ଲିକ୍ କୁ ନିୟନ୍ତ୍ରଣ କରିଥିଲେ। ପ୍ରାୟ ଅଧ ଘଣ୍ଟାର ପ୍ରୟାସ ପରେ ଲିକେଜ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା।