ହାଇଦ୍ରାବାଦ୍/ ଭୁବନେଶ୍ବର: ତେଲେଙ୍ଗାନାର ସିଗାଚି ଫାର୍ମାସିଟିକାଲ କମ୍ପାନିରେ ବଡ଼ ଗ୍ୟାସ୍ ଟାଙ୍କି ଫାଟିବା ଘଟଣାରେ ୩୫ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ଓଡିଆ ଶ୍ରମିକ ଅଛନ୍ତି। ମୃତକମାନେ ହେଉଛନ୍ତି ଗଞ୍ଜାମର ଜଗନ ମୋହନ,ତିଗିରିଆର ଲଗ୍ନଜିତ ଦୁଆରି,ବାଲେଶ୍ଵରର ମନୋଜ ରାଉତ ଓ ଯାଜପୁରର ଦୋଳଗୋବିନ୍ଦ ସାହୁ।
ଏହି ଦୁର୍ଘଟଣାରେ ୪ ଓଡ଼ିଆ ଆହତ ହୋଇଥିବାବେଳେ ଜଣେ ଗୁରୁତର ଥିବାରୁ ଚିକିତ୍ସା ଲାଗି ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ମାଦିନାଗୁଡାର ପ୍ରଣାମ ହସ୍ପିଟାଲରେ ସମସ୍ତେ ଚିକିତ୍ସା ଲାଗି ଭର୍ତ୍ତି ହୋଇଛନ୍ତି।
ଏବେ ବି ୨୨ ଜଣ ଶ୍ରମିକଙ୍କ ପତ୍ତା ମିଳୁନାହିଁ। ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ଓଏସଡି ପ୍ରିତୀଶ ପଣ୍ଡା ଏବଂ ଚନ୍ଦ୍ରଶେଖର ହୋତା ଘଟଣାସ୍ଥଳରେ ପହଞ୍ଚି ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ଓଏସଡି କହିଛନ୍ତି ,ଆମେ ମାଦିନାଗୁଡାର ପ୍ରଣାମ ହସ୍ପିଟାଲ ପରିଦର୍ଶନ କରିଥିଲୁ। ଆମେ ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲୁ। ଆହତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସମୀର ପାଢ଼ୀ, ଭଦ୍ରକ ଜିଲ୍ଲାର ଚନ୍ଦନ କୁମାର ନାୟକ ଏବଂ ନବରଙ୍ଗପୁର ଜିଲ୍ଲାର ନୀଳାମ୍ବର ଭଦ୍ର ଅଛନ୍ତି। ଆମେ ସେମାନଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଥିଲୁ।
ଅଧିକ ପଢ଼ନ୍ତୁ: ଲଘୁଚାପ: ଆଗାମୀ ତିନି ଦିନ ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ
ଗଞ୍ଜାମ ଜିଲ୍ଲାର ସମୀର ପାଢୀ ଆଇସିୟୁରେ ଅଛନ୍ତି ଏବଂ ତାଙ୍କ ଶରୀରର ୩୫% ଅଂଶ ପୋଡ଼ି ଯାଇଛି। ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ, ସେ ବିପଦ ମୁକ୍ତ ଅଛନ୍ତି। ଭଦ୍ରକ ଜିଲ୍ଲାର ଚନ୍ଦନ କୁମାର ନାୟକଙ୍କର ପ୍ରାୟ ଶରୀରର ୫% ଅଂଶ ସାମାନ୍ୟ ପୋଡ଼ିଯାଇଛି ଏବଂ ସେ ସାଧାରଣ ୱାର୍ଡରେ ଅଛନ୍ତି। ସେ ସ୍ଥିର ଏବଂ ସଚେତନ ଅଛନ୍ତି।
ନବରଙ୍ଗପୁରର ନୀଳାମ୍ବର ଭଦ୍ରା ସାଧାରଣ ୱାର୍ଡରେ ଅଛନ୍ତି। ତାଙ୍କର ସାମାନ୍ୟ କ୍ଷତ ହୋଇଛି ଏବଂ ସେ ସାଧାରଣ ୱାର୍ଡରେ ଅଛନ୍ତି। ସେ ସ୍ଥିର ଏବଂ ସଚେତନ ଅଛନ୍ତି ବୋଲି ପ୍ରଣାମ ହସ୍ପିଟାଲ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ: ଜିଲ୍ଲା କଂଗ୍ରେସରେ ଗୋଷ୍ଠୀ ବିବାଦ : ୧୦ ବର୍ଷରେ ୬ ସଭାପତି ପରିବର୍ତ୍ତନ
Odisha | Telengana | Gas tank bursts
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/02/gas-tank-bursts-at-pharmaceutical-company-osd-in-rescue-operation-2025-07-02-10-37-34.jpg)