ଭଲବ୍ ଖରାପ ହେବାରୁ ଟାଙ୍କିରୁ ବିଷାକ୍ତ ଷ୍ଟିରେନ ଗ୍ୟାସ ନିର୍ଗତ ହୋଇଥିଲା

ବିଶାଖାପାଟଣା : ବିଶାଖପାଟଣା ନିକଟସ୍ଥ ଗୋପାଳପଟ୍ଟନମଠାରେ ଥିବା ଏଲଜି ପଲିମର୍ସ କାରଖାନାରେ ହୋଇଥିବା ଗ୍ୟାସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବିଷାକ୍ତ ଷ୍ଟିରେନ ଗ୍ୟାସ ରଖାଯାଇଥିବା ଟାଙ୍କିର ଭଲବ ଖରାପ ହୋଇଯାଇଥିବାରୁ ଗ୍ୟାସ ନିର୍ଗତ ହୋଇ ଏହି ଦୁର୍ଘଟଣା ଘଟିଲା ।

ପ୍ରାରମ୍ଭିକ ତଦନ୍ତରୁ ଏହା ମଧ୍ୟ ଜାଣିବାକୁ ମିିଳିଛି ଯେ ପ୍ଲାଣ୍ଟରେ ଆବଶ୍ୟକ ସଂଖ୍ୟକ ମେଣ୍ଟେନାନ୍ସ କର୍ମଚାରୀ ନଥିଲେ । ପ୍ଲାଣ୍ଟର କୁଲିଂ ସିଷ୍ଟମ ମଧ୍ୟ ଠିକ ଭାବେ କାମ କରୁନଥିଲା ।

ଷ୍ଟିରେନ ଗ୍ୟାସ ସିନ୍ଥେଟିକ ରବର, ରେଜିନ, ପଲିମର ଆଦି ପ୍ରସ୍ତୁତି ଲାଗି ବ୍ୟବହାର କରାଯାଇଥାଏ । ମଣିଷ ଏହା ସଂସ୍ପର୍ଶରେ ଆସିଲେ ନିଶ୍ୱାସ ନେବା କଷ୍ଟକର ହୋଇପଡେ, ଆଖି ଓ ଛାତି ଜଣାପୋଡ଼ା କରେ, ଆଖିରୁ ଲୁହ ବାହାରିବା ପରି ସମସ୍ୟା ଦେଖାଦେଇଥାଏ ।
ପୁଲିସ ପକ୍ଷରୁ କୁହାଯାଇଛି ଯେ ଗ୍ୟାସ ନିର୍ଗତ ବନ୍ଦ ହୋଇଯାଇଛି ଓ ସ୍ଥିତି ନିୟନ୍ତ୍ରଣରେ ରହିଛି । ୨୫୦ ଲୋକ ଅସୁସ୍ଥ ହୋଇଛି ଚିକିତ୍ସିତ ହେଉଛନ୍ତି ଓ ସେମାନଙ୍କ ମଧ୍ୟରୁ ୨୦ ଜଣ ଭେଣ୍ଟିଲେଟର ସହାୟତାରେ ରହିଛନ୍ତି । ଏହି ଘଟଣା ଘଟିବା ପରେ ଘଟଣାସ୍ଥଳକୁ ଯାଇଥିବା କେତେକ ପୁଲିସ କର୍ମଚାରୀ ମଧ୍ୟ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଛନ୍ତି ।

ମୁଖ୍ୟମନ୍ତ୍ରୀ ଜଗତ ମୋହନ ରେଡ୍ଡୀ ଘଟଣା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର