ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ‘ଅନ୍ଲକ୍ -୪’ ଲାଗି ଗାଇଡଲାଇନ୍ ଜାରି କରିଛନ୍ତି। କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଏହି ନୂତନ ଗାଇଡଲାଇନ୍ କାର୍ଯ୍ୟକାରୀ ହେବ। ତେବେ କଣ୍ଟେନ୍ମେଣ୍ଟ ଜୋନ୍ରେ ଲକ୍ଡାଉନ୍ ନିୟମାବଳୀ ପୂର୍ବପରି କଡାକଡ଼ି ପାଳନ ହେବ। ଅନ୍ଲକ୍-୪ ଗାଇଡଲାଇନ୍ ଅନେକ କ୍ଷେତ୍ରରେ କୋହଳ କରାଯାଇଛି।ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଥର କେନ୍ଦ୍ର ସରକାର ବିଭିନ୍ନ ସମାବେଶକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି।
‘ଅନ୍ଲକ୍ -୪’ ରେ ସାମାଜିକ, ଶୈକ୍ଷିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଏବଂ ରାଜନୈତିକ ସମାରୋହକୁ ଅନୁମତି ଦିଆଯାଇଛି । ସେପ୍ଟେମ୍ବର ୨୧ରୁ ଏହା ଲାଗୁ ହେବ। ତେବେ ସରକାର ସର୍ତ୍ତ ରଖିଛନ୍ତି ଯେ ସମାବେଶରେ ସର୍ବାଧିକ ୧୦୦ ଜଣ ଯୋଗ ଦେଇ ପାରିବେ। ଏହି ସମାରୋହରେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜେସନ୍ ବାଧ୍ୟତାମୂଳକ ହେବ।
ସିନେମାହଲ, ସୁଇମିଂପୁଲ, ମନୋରଞ୍ଜନ ପାର୍କି ଏବଂ ଥିଏଟର ପୂର୍ବ ଭଳି ବନ୍ଦ ରହିବ। ତେବେ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବା ଲାଗି ଅନୁମତି ଦିଆଯିବ। ପୂର୍ବରୁ କୌଣସି ପ୍ରକାର ସମାବେଶ ଲାଗି କେନ୍ଦ୍ର ସରକାର ଅନୁମତି ଦେଉ ନ ଥିବା ବେଳେ ବର୍ତ୍ତମାନ ୧୦୦ଲୋକ ଏକାଠି ହେବାକୁ ଅନୁମତି ଦେଇଛନ୍ତି। ତେବେ ଏହା ସେପ୍ଟେମ୍ବର ୨୧ରୁ ଲାଗୁ ହେବ।