ନୂଆଦିଲ୍ଲୀ : ଶିଳ୍ପପତି ଗୌତମ ଅଦାନୀଙ୍କୁ ଜେଡ୍ ସୁରକ୍ଷା ପ୍ରଦାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି । ଗୌତମଙ୍କୁ ଏହି ସୁରକ୍ଷା ସିଆରପିଏଫର ଭିଆଇପି ସୁରକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯିବ । ତେବେ ଏହି ସୁରକ୍ଷା ବାବଦ ଖର୍ଚ୍ଚ ଅଦାନୀ ବହନ କରିବେ । ଏଥିପାଇଁ ତାଙ୍କୁ ମାସକୁ ୧୫ରୁ ୨୦ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଡ଼ିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଅଦନୀଙ୍କ ପ୍ରତି ଥିବା ବିପଦ ଆଶଙ୍କାକୁ ଦେଖି ଗୃହମନ୍ତ୍ରାଳୟ ପକ୍ଷରୁ ଏହି ସୁରକ୍ଷା ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି ।
ଜେଡ ସୁରକ୍ଷା ପାଇଥିବା ବ୍ୟକ୍ତିଙ୍କୁ ୨୨ ଜଣ ସୁରକ୍ଷା କର୍ମୀ ସୁରକ୍ଷା ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ଥାଆନ୍ତି ୪ରୁ ୫ ଜଣ କମାଣ୍ଡୋ । ଏହା ଭାରତର ୩ୟ ସର୍ବୋଚ୍ଚ ସୁରକ୍ଷା ବ୍ୟବସ୍ଥା ।
ଦେଶର ସର୍ବୋଚ୍ଚ ଶ୍ରେଣୀର ସୁରକ୍ଷା ହେଉଛି ଏସପିଜି । ଭାରତର ପ୍ରଧାନମନ୍ତ୍ରୀଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଥାଏ । ୨ୟ ସର୍ବୋଚ୍ଚ ସୁରକ୍ଷା ହେଉଛି ଡେଜପ୍ଲସ । ଜେଡ ସୁରକ୍ଷା ପାଇଥିବା ବ୍ୟକ୍ତିଙ୍କୁ ୫୫ ଜଣ ସୁରକ୍ଷା କର୍ମୀ ସୁରକ୍ଷା ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ଥାଆନ୍ତି ୧୦ରୁ ଅଧିକ ସଂଖ୍ୟକ ଏନଏସଜି କମାଣ୍ଡୋ । ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି ।
ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କୁ ଜେଡ୍ ପ୍ଲସ ସୁରକ୍ଷା ୨୦୧୩ ମସିହାରୁ ପ୍ରଦାନ କରାଯାଇଛି । ଏହାର ଖର୍ଚ୍ଚ ମୁକେଶ ବହନ କରିଥାନ୍ତି ।