ନୂଆଦିଲ୍ଲୀ: ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ କରାଯାଇଛି। ଗମ୍ଭୀରଙ୍କ ପ୍ରଶିକ୍ଷକ ଭାବେ କାର୍ଯ୍ୟକାଳ ନିକଟରେ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହୋଇଯାଇଛି।

Advertisment

ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆ ଟି -୨୦ ସିରିଜରେ ଏକ ଚମତ୍କାର ବିଜୟକୁ ନିଜ ନାମରେ କରିଛି, କିନ୍ତୁ ୱାନଡେ ସିରିଜରେ ମେନ ଇନ୍ ବ୍ଲୁଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ରହି ନାହିଁ। ଏଭଳି ପରିସ୍ଥିତିରେ ଗମ୍ଭୀରଙ୍କୁ ନେଇ ଆଲୋଚନା ତୀବ୍ର ହୋଇଛି। ଏହି ଆଲୋଚନା ମଧ୍ୟରେ ଗୌତମ ଗମ୍ଭୀରଙ୍କ ପିଲାଦିନର ପ୍ରଶିକ୍ଷକ ସଞ୍ଜୟ ଭରଦ୍ୱାଜ କହିଛନ୍ତି,‘ ଗମ୍ଭୀର ଜଣେ ଛୋଟପିଲା।।’

ସଞ୍ଜୟ ଭରଦ୍ୱାଜ ଗମ୍ଭୀରଙ୍କ ବିଷୟରେ ଆଲୋଚନା କରି କହିଛନ୍ତି, " ଗମ୍ଭୀର ଜଣେ ଛୋଟପିଲା। ଆଜି  ସେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ କାମ କରୁଥିଲେ ମଧ୍ୟ ମୋ ଆଖିରେ ଗମ୍ଭୀର ଜଣେ ନିରୀହ ପିଲା ପରି। ତା’ ଭିତରେ କୌଣସି କ୍ରୋଧ ନଥାଏ। ମୋ ମତରେ ସେ ଜଣେ ୧୨ବର୍ଷର ଛୋଟପିଲା ପରି। ଲୋକମାନେ ଭାବନ୍ତି ଯେ ସେ ଜଣେ ଅହଂକାରୀ ମଣିଷ, କିନ୍ତୁ ତାହା ହେଉଛି ତାର ବିଜୟର ମନୋଭାବ। ମ୍ୟାଚ ହାରିବା ପରେ ସେ କାନ୍ଦିଥାଏ। କାରଣ ଛୋଟବେଳରୁ ତାକୁ ହାରିବା ପସନ୍ଦ ନୁହେଁ। ଗମ୍ଭୀର ଆଦୌ ଅହଂକାରୀ ନୁହନ୍ତି। ସେ କୋମଳ ହୃଦୟର ମିଣିଷଟିଏ।’

ଖେଳ କଥା କହିବାକୁ ଗଲେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ୱାନ ଡେ ସିରିଜର ଦୁଇଟି ମ୍ୟାଚ୍ ଖେଳାଯାଇଛି ।