ଶ୍ରୀନଗର : ଏଲଗାର ପରିଷଦ ମାମଲାରେ ଜେଲ୍ରେ ଥିବା ସାମାଜିକ କାର୍ଯ୍ୟକର୍ତ୍ତା ଗୌତମ ନବଲଖା ଶନିବାର ସନ୍ଧ୍ୟାରେ ନାଭି ମୁମ୍ବାଇର ତଲୋଜା ଜେଲ୍ରୁ ମୁକୁଳିଛନ୍ତି। ମାସକ ପାଇଁ ନବଲଖା ଗୃହବନ୍ଦୀ ରହିବେ। ନାଭି ମୁମ୍ବାଇର ବେଲାପୁର-ଅଗରୋଲି ଅଞ୍ଚଳ ସ୍ଥିତ ଏକ କୋଠାକୁ ଆଜି ନବଲଖାଙ୍କୁ ସ୍ଥାନାନ୍ତର କରାଯାଇଛି। । ଏଠାରେ ସେ ଗୃହବନ୍ଦୀ ରହିବେ। ଉଲ୍ଲେଖଯୋଗ୍ୟ ଯେ ୨୪ ଘଣ୍ଟା ମଧ୍ୟରେ ଗୌତମ ନବଲଖାଙ୍କୁ ଜେଲ୍ରୁ ମୁକୁଳାଇବାପାଇଁ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେବାପରେ ଆଜି ତାଙ୍କୁ ଜେଲ୍ରୁ କଢ଼ାଯାଇ ଗୃହବନ୍ଦୀ ରଖାଗଲା। ଅସୁସ୍ଥତା କାରଣ ପାଇଁ ନବଲଖା ତାଙ୍କୁ ଗୃହବନ୍ଦୀ ରଖିବାପାଇଁ ଆବେଦନ କରିଥିଲେ।
ଜେଲ୍ରୁ ମୁକୁଳିଲେ ଗୌତମ ନବଲଖା, ଗୃହବନ୍ଦୀ ରହିବେ
/sambad/media/post_attachments/wp-content/uploads/2022/11/navlakha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)