ଇତିହାସ ରଚିଲେ ସମଲିଙ୍ଗୀ ଦମ୍ପତି : ଏହି ଚିକିତ୍ସା ପଦ୍ଧତି ଆପଣାଇ ଶିଶୁକୁ ଜନ୍ମ ଦେଲେ

ନୂଆଦିଲ୍ଲୀ : ଶିଶୁୁ ଜନ୍ମଦେଇ ଇତିହାସ ରଚିଛନ୍ତି ଜଣେ ସମଲିଙ୍ଗୀ ଦମ୍ପତି । ଫର୍ଟିଲିଟି ଉପଚାର ଆପଣାଇ ସେମାନେ ଏହି ଅସମ୍ଭବକୁ ସମ୍ଭବ କରିଛନ୍ତି । ଉତ୍ତର ଟେକ୍ସାସରେ ରହୁଥିବା ଏସ୍‌ଲୟୀ ଏବଂ ବ୍ଲିସ୍‌ କାଲ୍ଟର ଏହି ନୂଆ ଚିକିତ୍ସାକୁ ଆପଣାଇ ନିଜକୁ ଏକ ଶିଶୁ ସନ୍ତାନ ଉପହାର ଦେଇଛନ୍ତି। ଆଭିଏଫ୍‌ ତୁଳନାରେ ଏହି ଫର୍ଟିଲିଟି ଚିକିତ୍ସାର ମୂଲ୍ୟ କମ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଏହି ଚିକିତ୍ସା ବିଷୟରେ ଅନେକ ଲୋକଙ୍କୁ ଅଜଣା । ସନ୍ତାନ ସୁଖ ଦେବା ପାଇଁ ସମଲିଙ୍ଗୀ ଦମ୍ପତିଙ୍କୁ ଲ୍ୟାବ୍‌ର ଅନେକ ଚକ୍କର ଲଗାଇବାକୁ ପଡ଼ିଥିଲା । ଏହା ପରେ ବ୍ଲିସ୍‌ଙ୍କ ଠାରେ ଭ୍ରୁଣକୁ ରଖାଯାଇଥିଲା । ପ୍ରଥମ ୫ଦିନ ଏକ ପ୍ଲାଷ୍ଟିକ୍‌ ଡ଼ିଭାଇସ୍‌ ଜରିଆରେ ପ୍ରକ୍ରିୟା ଆଗକୁ ବଢ଼ିଥିଲା ।

Deccan Chronicle

କିନ୍ତୁ ବ୍ଲିସ୍‌ ଏହି ସନ୍ତାନକୁ ଜନ୍ମଦେବାକୁ ମନା କରିବାରୁ ଭ୍ରୁଣକୁ ଏସ୍‌ଲୟୀଙ୍କ ଶରୀରରେ ସ୍ଥାପନ କରାଯାଇଥିଲା । ଯାହା ପରେ ଏସ୍‌ଲୟୀ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ । ୬ବର୍ଷ ପୂର୍ବରୁ ଦୁହେଁ ଦେଖା ହୋଇଥିବା ବେଳେ ୨୦୧୫ରେ ସାଥୀରେ ରହିବା ପାଇଁ ନିଷ୍ପତ୍ତିି ନେଇଥିଲେ ଏସ୍‌ଲୟୀ ଏବଂ ବ୍ଲିସ୍‌ । କିଛି ଦିନ ସାଥୀରେ ରହିବା ପରେ ଦୁହେଁ ସନ୍ତାନର ଆଶା ରଖିଥିଲେ । ଯାହା ପରେ ସେମାନେ ଡ଼ାକ୍ତରଙ୍କୁ ସଂପର୍କ କରି ଫର୍ଟିଲିଟି ପ୍ରକ୍ରିୟା ବିଷୟରେ ଜାଣିବା ସହ ଏହାକୁ ବ୍ୟବହାର କରିଥିଲେ ।

ସମ୍ବନ୍ଧିତ ଖବର