ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସି ଇଜିପ୍ଟର ଶର୍ମ ଏଲ ଶେଖ୍ରେ ଗାଜା ଶାନ୍ତି ସମ୍ମିଳନୀର ମିଳିତ ଆୟୋଜନ କରିଛନ୍ତି। ଗାଜା ଷ୍ଟ୍ରିପ୍ରେ ଯୁଦ୍ଧ ଶେଷ କରିବା ଏହି ସମ୍ମିଳନୀର ଲକ୍ଷ୍ୟ। ଏହି ସମ୍ମିଳନୀରେ ୨୦ରୁ ଅଧିକ ବିଶ୍ବ ନେତା ଯୋଗ ଦେଇଛନ୍ତି। ଇଜିପ୍ଟରେ ଗାଜା ଶାନ୍ତି ସମ୍ମିଳନୀରେ ବିଶ୍ବ ନେତାମାନଙ୍କ ସହ ସାକ୍ଷାତ କରିବା ଅବସରରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ତାଙ୍କ ୨୦ ସୂତ୍ରୀ ଯୁଦ୍ଧବିରତି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ଗାଜା ଶାନ୍ତି ସମ୍ମିଳନୀରେ ଟ୍ରମ୍ପ ଏବଂ ଅବଦେଲ ଫତେହ ଅଲ ସିସିଙ୍କ ବ୍ୟତୀତ ଆହୁରି ୨୦ରୁ ଅଧିକ ନେତା ଯୋଗ ଦେଇଛନ୍ତି। ତେବେ ଏହି ସମ୍ମିଳନୀରେ ଇସ୍ରାଏଲ ଅଧିକାରୀ, ହମାସ ପ୍ରତିନିଧି ଏବଂ ଇରାନୀୟ ଅଧିକାରୀମାନେ ଯୋଗ ଦେଇନାହାନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଗାଜାରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧବିରତିରେ ଇଜିପ୍ଟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସି ମଧ୍ୟ ଟ୍ରମ୍ପଙ୍କୁ ପ୍ରଶଂସା କରି କହିଛନ୍ତି ଯେ ଶାନ୍ତି ଆଣିବାପାଇଁ ଟ୍ରମ୍ପ ହିଁ ଏକମାତ୍ର ସକ୍ଷମ ବ୍ୟକ୍ତି। ଇଜିପ୍ଟରେ ଗାଜା ଶାନ୍ତି ଚୁକ୍ତିରେ ସ୍ବାକ୍ଷର କରି ଇସ୍ରାଏଲ-ହମାସ ଯୁଦ୍ଧରେ ଅବସାନ ଘଟାଇଛନ୍ତି। ଭାରତ ପକ୍ଷରୁ ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏହି ସମ୍ମିଳନୀରେ ଯୋଗ ଦେଇଛନ୍ତି।
ଇଜିପ୍ଟରେ ଗାଜା ଶାନ୍ତି ସମ୍ମିଳନୀ ଶାନ୍ତି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସି ଇଜିପ୍ଟର ଶର୍ମ ଏଲ ଶେଖ୍ରେ ଗାଜା ଶାନ୍ତି ସମ୍ମିଳନୀର ମିଳିତ ଆୟୋଜନ କରିଛନ୍ତି। ଗାଜା ଷ୍ଟ୍ରିପ୍ରେ....
/sambad/media/media_files/2025/10/14/untitled-1-2025-10-14-06-28-37.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)